ମୁଖ୍ୟ ଖବର

ଆଜିଠୁ ଖୋଲିଲା ଭିତର କନିକା

କମ୍ଭାର ଗଣନା ପାଇଁ ଗତ ୧୫ତାରିଖରୁ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ । ତେବେ ଉଦ୍ୟାନରେ ପ୍ରବେଶ ସମୟରେ କୋଭିଡ଼ କଟକଣା ମାନିବାକୁ ନିର୍ଦ୍ଦେଶ

ଆଜିଠୁ ଖୋଲିଲା ଭିତର କନିକା । କମ୍ଭାର ଗଣନା ପାଇଁ ଗତ ୧୫ତାରିଖରୁ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ । ତେବେ ଉଦ୍ୟାନରେ ପ୍ରବେଶ ସମୟରେ କୋଭିଡ଼ କଟକଣା ମାନିବାକୁ ନିର୍ଦ୍ଦେଶ ।ବଉଳା କୁମ୍ଭୀର ଗଣନା ପାଇଁ ଚଳିତ ମାସ ୧୫ ତାରିଖଠାରୁ ବନ୍ଦ ରହିଥଲା ଭିତରକନିକା।

କୁମ୍ଭୀର ଗଣନା ପାଇଁ ରାଜନଗର , ମହାକାଳପଡା , କନିକା , ଗହିରମଥା ରେଞ୍ଜଜରେ ୨୨ଟି ଟିମ କରାଯାଇଥିଲା । ଯନ୍ତ୍ର ଚାଳିତ ବୋଟ ଯୋଗୁଁ ଗଣନା କାର୍ଯ୍ଯରେ ବାଧା ଉପୁଜୁଥିବାରୁ ବନ ବିଭାଗ ଏହି ସମୟ ପର୍ଯ୍ୟଟକଙ୍କ ପାଇଁ ନିଷେଧ ଜାରି ରଖିଥାଏ । କରୋନା କଟକଣାରେ ଭିତରକନିକା ଖୋଲିବା ସହିତ ୫୦୦ ଭିତରେ ପର୍ଯ୍ୟଟକଙ୍କୁ ଭିତରକନିକାକୁ ପ୍ରବେଶ କରିବା ନିୟମକୁ କୋହଳ କରିବା ଲାଗି ବିଭାଗକୁ ଅନୁରୋଧ କରିଛନ୍ତି ବନଖଣ୍ଡ ଅଧତ୍କାରୀ ।

Show More

Related Articles

Back to top button