Breaking PLUSଓଡ଼ିଶାମୁଖ୍ୟ ଖବର

ବିଜୟାଦଶମୀ ଅବସରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ମହାମାରୀ କରୋନା କାଳରେ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିଥିଲେ ମଧ୍ୟ ନୀତି କାନ୍ତି ଯେଉଁଭଳି ଭାବରେ କରାଯିବା କଥା ତାହା ସୁରୁଖୁରେ ସମ୍ପନ୍ନ ହେଉଛି । ଦଶହରା ଓ ବିଜୟାଦଶମୀ ଅବସରରେ ମହାପ୍ରଭୁଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚନ୍ଦନ ଲାଗି ନୀତି କରାଯିବ

ମହାମାରୀ କରୋନା କାଳରେ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିଥିଲେ ମଧ୍ୟ ନୀତି କାନ୍ତି ଯେଉଁଭଳି ଭାବରେ କରାଯିବା କଥା ତାହା ସୁରୁଖୁରେ ସମ୍ପନ୍ନ ହେଉଛି । ଦଶହରା ଓ ବିଜୟାଦଶମୀ ଅବସରରେ ମହାପ୍ରଭୁଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚନ୍ଦନ ଲାଗି ନୀତି କରାଯିବ ।

ଏହାପରେ ନୂଆ ଲୁଗା,୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ,ଶ୍ରୀରାମ, ଶ୍ରୀକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବେ ।

Show More

Related Articles

Back to top button