Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ମହାମାୟା ଜଗତଜନନୀ ମା ଦୁର୍ଗାଙ୍କ ବିଜୟାଦଶମୀ
ଆଜି ମହାମାୟା ଜଗତଜନନୀ ମା ଦୁର୍ଗାଙ୍କ ବିଜୟାଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ବିଜୟ । ଅନ୍ୟାୟ ଉପରେ ନ୍ୟାୟର ବିଜୟ । ଆଜି ହେଉଛି ସେହି ପବିତ୍ର ଦିନ, ବିଜୟା ଦଶମୀ ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ। ଦଶମୀ ପୂଜା ପରେ ଧରାପୃଷ୍ଠରୁ ମେଲାଣି ନେବେ ମା' ଦଶଭୂଜା ।

ଆଜି ମହାମାୟା ଜଗତଜନନୀ ମା ଦୁର୍ଗାଙ୍କ ବିଜୟାଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ବିଜୟ । ଅନ୍ୟାୟ ଉପରେ ନ୍ୟାୟର ବିଜୟ । ଆଜି ହେଉଛି ସେହି ପବିତ୍ର ଦିନ, ବିଜୟା ଦଶମୀ ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ। ଦଶମୀ ପୂଜା ପରେ ଧରାପୃଷ୍ଠରୁ ମେଲାଣି ନେବେ ମା’ ଦଶଭୂଜା ।
ଆଜିର ଦିନରେ ହିଁ ଭଗବାନ ରାମ ପ୍ରବଳ ପ୍ରତାପୀ ରାବଣ ଉପରେ ବିଜୟ ଲାଭ କରିଥିଲେ। ଅଧର୍ମ ଉପରେ ଧର୍ମର ବିଜୟ ସ୍ୱରୂପ ଆଜିର ଦିନରେ ରାବଣ ପୋଡ଼ି ଉତ୍ସବ ମଧ୍ୟ ଆୟୋଜିତ କରାଯାଇଥାଏ। ଆଜି ବିଭିନ୍ନ ପୂଜା ମଣ୍ଡପରେ ଆୟୋଜିତ ହେଉଛି ମାଆଙ୍କ ଦଶମୀ ପୂଜା । ଭକ୍ତଙ୍କ ଭିଡ ନ ଥିଲେ ହେଁ ରୀତିନୀତିରେ କୌଣସି ବ୍ୟତିକ୍ରମ ହେଉନି। ଆଳତି, ମନ୍ତ୍ର ତନ୍ତ୍ରରେ ହେଉଛି ମା’ଙ୍କ ଦଶମୀ ପୂଜା।
ଚଳିତ ବର୍ଷ କରୋନା ଯୋଗୁଁ ଫିକା ପଡ଼ିଛି ପୂଜା । ବିନା ଭକ୍ତରେ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନ କରାଯାଉଛି ।କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ପୂଜା ।