ଓଡ଼ିଶାମୁଖ୍ୟ ଖବର

ଆଜି ରାଜ୍ୟର ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

ଓଡ଼ିଶାର ୧୫ ଜିଲ୍ଲାରେ ବୁଧବାର ଦିନ ଟିକାକରଣକୁ ବନ୍ଦ ରଖାଯାଇଛି

ଆବଶ୍ୟକ ପରିମାଣର ଟିକା ମହଜୁଦ ନଥିବାରୁ ଏହି ଜିଲ୍ଲାଗୁଡିକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଟିକାକରଣ ବନ୍ଦ ରଖାଯାଇଛି। ଏହି ଜିଲ୍ଲାଗୁଡିକ ହେଉଛି କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର, ଦେବଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ବରଗଡ, ବଉଦ ଓ କଟକ।

ରାଜ୍ୟରେ ଟିକା ପହଞ୍ଚିବାପରେ ଏହିସବୁ ଜିଲ୍ଲାଗୁଡିକରେ ଟିକାକରଣ ପୁନଶ୍ଚ ଆରମ୍ଭ କରାଯିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ଯେ ତାଲାବନ୍ଦ ସମୟରେ ମଧ୍ୟ ରାଜ୍ୟର ଟିକାକରଣ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Show More

Related Articles

Back to top button