ସ୍ୱାସ୍ଥ୍ୟ

ଓଜନ କମାଇବାକୁ ଯଦି ଚାହୁଁ ଛନ୍ତି ରାତିରେ ଉପବାସ ରେ ଶୁଅନ୍ତୁ ନାହିଁ ,ଏହି ୫ଟି ଜିନିଷକୁ ଖାଇବା ଦ୍ୱାରା ଆଦୌ ବଢିବ ନାହିଁ ଓଜନ

ଆଜିକାଲି ଓଜନ ନିୟନ୍ତ୍ରଣ କରିବା ପାଇଁ ପ୍ରାୟ ସମସ୍ତେ ଲାଗି ପଡିଛନ୍ତି l ସେଥି ମଧ୍ୟରୁ ଅଧିକାଂଶ ଲୋକ ଡାଏଟିଂ କରିବା ସହିତ ରାତ୍ରି ଭୋଜନ ମଧ୍ୟ ପରିତ୍ୟାଗ କରୁଛନ୍ତି l କିନ୍ତୁ ବର୍ତମାନ ଦେଶରେ ଚାଲିଥିବା ମହାମାରୀ ସମୟରେ ଡାଏଟିଂ କରିବା ଆଦୌ ଉଚିତ ନୁହେଁ

ଏପରି କଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା କମି ଯାଇଥାଏ l ତେଣୁ ଏପରି କିଛି ଖାଦ୍ୟ ଖାଇବା ଯାହାଦ୍ୱାରା ଆମର ଶରୀର ସୁସ୍ଥ ରହିବl ସହିତ ଓଜନ ମଧ୍ୟ ନିୟନ୍ତ୍ରିତ ହେବ l ଆସନ୍ତୁ ଜାଣିବା l

* କୁହାଯାଏ ଯେ କଦଳୀ ଖାଇବା ଦ୍ୱାରା ମୋଟା ହୋଇ ଯାଆନ୍ତି l କିନ୍ତୁ ବାସ୍ତବରେ ପୋଷକତତ୍ୱରେ ଭରପୁର କଦଳୀ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ ଏବଂ ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ l ଏଥିରେ ଆଇରନ ସହିତ ପର୍ଯ୍ୟାପ୍ତ ମାତ୍ରାରେ ଫାଇବର ରହିଛି l

* ଆଲମଣ୍ଡ ରେ ଖୁବ କମ କ୍ୟାଲୋରୀ ରହିଛି l ଏହାକୁ ଆପଣ ପାଣିରେ ବତୁରାଈ ରଖି ଦିଅନ୍ତୁ ଏବଂ କିଛି ଘଣ୍ଟା ପରେ ଚୋପା ଛଡାଇ ଖାଆନ୍ତୁ l ଯାହାଦ୍ୱାରା ଆପଣଙ୍କ ମାଂସପେଶୀ ସୁଦୃଢ ହେବା ସହିତ ଚର୍ବି ମଧ୍ୟ ଶରୀରରୁ କମ ହେବ l

* ଉଚ ମାତ୍ରାର ପ୍ରୋଟିନ ରେ ଭରପୁର ଦହି ଆପଣଙ୍କୁ ଭଲ ନିଦ ଦେବା ସହିତ ମାଂସପେଶୀକୁ ମଧ୍ୟ ସୁଦୃଢ କରିଥାଏ l ଗୋଟିଏ ଗିନା ଦହି ଖାଇବା ଦ୍ୱାରା ଶରୀରକୁ ଲାଭ ମିଳିବ ସହିତ ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ l

* ପନିର ମଧ୍ୟ ଓଜନ ନିୟନ୍ତ୍ରଣ ର ଗୋଟିଏ ଭଲ ସ୍ରୋତ l ଆପଣ ଯଦି ରାତିରେ କଟେଜ ପନିର ଖାଇବେ ଏହା ଆପଣଙ୍କ ଶରୀରକୁ ଅନେକ ପୋଷାକ ତତ୍ୱ ଯୋଗାଇବା ସହିତ ଶରୀରର ଓଜନ ମଧ୍ୟ ନିୟନ୍ତ୍ରିତ କରିବ l ଗୋଟିଏ ଅଧୟନରୁ ଜଣା ପଡିଛି ଯେ ଯଦି ଆପଣ ଶୋଇବାର କିଛି ସମୟ ପୂର୍ବରୁ କିଛି ପନିର ଖାଇବେ ତେବେ ଆପଣଙ୍କ ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ମିଳିବl ସହିତ ବିଭିନ୍ନ ଲାଭ ମିଳିବ l

Show More

Related Articles

Back to top button