Breaking PLUSଦେଶମୁଖ୍ୟ ଖବର

ଆଜି ପୂରା ପଶ୍ଚିମବଙ୍ଗରେ ସଦଭାବନା ରାଲି କରିବେ ମମତା, ମସଜିଦରେ ଚଢାଇବେ ଚାଦର

କୋଲକାତା- ଆଜି ସୋମବାର ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଭବ୍ୟ କାର୍ଯ୍ୟକ୍ରମର ସାକ୍ଷୀ ପାଲଟିବ ପୂରା ଦେଶ । ଏପରି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ସଦଭାବନା ରାଲି କରିବାକୁ ଯାଉଛନ୍ତି । ଏହି ରାଲି ଜରିଆରେ ସେ କାଲୀଘାଟ ମନ୍ଦିରରେ ପୂଜାପାଠ ପରେ ମସଜିଦରେ ଚାଦର ଚଢାଇବେ ଏବଂ ଚର୍ଚ୍ଚରେ ପ୍ରାର୍ଥନା କରିବେ । କାର୍ଯ୍ୟକ୍ରମରେ ସମସ୍ତ ଧର୍ମର ପୂଜାରୀଙ୍କୁ ସାମିଲ କରାଯିବ । କୋଲକାତାରେ ମମତା ବାନାର୍ଜୀ ରାଲିର ନେତୃତ୍ୱ ନେବେ ଏବଂ ସ୍କୁଟରରେ ବସି ମସଜିଦ ଯାଇ ଚାଦର ଚଢାଇବେ ।

Show More

Related Articles

Back to top button