Breaking PLUSଦେଶମୁଖ୍ୟ ଖବର

ଅଯୋଧ୍ୟାରେ ଆଗନ୍ତୁକଙ୍କ ଭବ୍ୟ ସ୍ୱାଗତ

ଅଯୋଧ୍ୟା- ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଆଉ କିଛି ଘଣ୍ଟା ବାକି । ରାମନଗରୀରେ ରାମଭକ୍ତ ପହଞ୍ଚିବା ଆରମ୍ଭ କଲେଣି । ମୋଦି-ଯୋଗୀ ରାଜ୍‌ରେ ଚାରିଆଡୁ ଜୟକାର ନାରା ଦେଇ ରାମଭକ୍ତ ମନ୍ଦିର ପରିସରକୁ ପ୍ରବେଶ କରୁଛନ୍ତି । ଲାଲ ପଗଡି ଓ ଲାଲ ପତାକା ଦେଇ ସମସ୍ତଙ୍କ ସ୍ୱାଗତ କରାଯାଉଛି । ଏହି ଐତିହାସିକ କ୍ଷଣକୁ ଦେଖିବା ପାଇଁ ଦେଶ ଦୁନିଆ ଅପେକ୍ଷା କରିଛି ।
ପ୍ରାଣ ପ୍ରତିଷ୍ଠା ସମାରୋହରେ ଆମନ୍ତ୍ରିତ ସନ୍ଥ ମହାତ୍ମା ଓ ବିଶିଷ୍ଟ ଲୋକ ଜୟକାର ସହ ଅଯୋଧ୍ୟାରେ ପହଞ୍ଚୁଛନ୍ତି । ଜୟ ଶ୍ରୀରାମ ଉଦଘୋଷରେ ବାତାବରଣ ଭକ୍ତିମୟ ହୋଇଉଠିଛି ।

Show More

Related Articles

Back to top button