Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ଭାଲେଣ୍ଟାଇନ ଡେ

ମନର ଭାବନା ପରିପ୍ରକାଶ ସହ ପ୍ରେମୀଯୁଗଳଙ୍କ ପାଇଁ ଖାସ୍ ଦିନ

ସପ୍ତାହେ ବ୍ୟାପୀ ଚାଲିଥିବା ପ୍ରେମ ସପ୍ତାହର ଆଜି ହେଉଛି ଶେଷ ଦିନ । ଅର୍ଥାତ୍ ଆଜି ଫେବୃୟାରୀ ୧୪ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନଟି ଖାସ୍ । କାରଣ ନିଜ ମନର ଭାବନାକୁ ପରିପ୍ରକାଶ କରିବାର ଖାସ୍ ଦନି । ସାଥୀଟିଏ ନିଜ ସାଥୀକୁ ମନର କଥାକୁ ବିନା କୌଣସି ଦ୍ୱିଧାରେ କହିଥାଏ । ରୋଜ୍ ଡେରେ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହ ଭାଲେଣ୍ଟାଇନ ଡେ ଶେଷ ହୋଇଥାଏ ।

ପ୍ରେମ ପାଇଁ ଦିନଟିଏ । ପ୍ରେମୀଯୁଗଳ ପରସ୍ପରଙ୍କ ପ୍ରତି ଥିବା ସ୍ନେହ ଓ ଭଲ ପାଇବାର ଦିନ । ପରସ୍ପରକୁ ଉପହାର ଦେଇ ଏହି ଦିବସ ପାଳନ କରିଥାନ୍ତି ପ୍ରେମୀଯୁଗଳ । ଏହି ଦିନକୁ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରି ରହିଥାନ୍ତି ପ୍ରେମୀଯୁଗଳ । ପାଶ୍ଚାତ୍ୟ ସଭ୍ୟତା ହୋଇଥିଲେ ସୁଦ୍ଧା ଏହାକୁ ସାରା ବିଶ୍ୱରେ ପାଳନ କରାଯାଉଛି । ରାଗ ରୁଷା ମାନ ଅଭିମାନ ଛାଡି ପ୍ରେମପକ୍ଷୀ ପାଳନ କରିଥାନ୍ତି ଏହି ପ୍ରେମ ଦିବସକୁ ।

Show More

Related Articles

Back to top button