Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର/ପୁରୀ, 25 ମାର୍ଚ୍ଚ – ଆଜି ପବିତ୍ର ଦୋଳପୂର୍ଣ୍ଣମୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ରତ୍ନ ସିଂହାସନରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ୩୨ ପ୍ରକାର ଅଳଙ୍କାର ଲାଗି ହେବ । ସକାଳ ଧୂପ ଶେଷ ହେବାପରେ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଦୋଳବେଦୀକୁ ବିଜେ କରିବେ । ପରମ୍ପରା ଅନୁସାରେ ସେଠାରେ ଅବିର ଖେଳ ହେବ । ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ସୁଯୋଗ ପାଇବେ ଭକ୍ତ ।

Show More

Related Articles

Back to top button