ଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ଆଜି BSKYରେ ସାମିଲ ହେବ କେନ୍ଦ୍ରାପଡ଼ା ଓ ଯାଜପୁର

ଭର୍ଚୁଆଲରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜି BSKYରେ ସାମିଲ ହେବ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା। ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥିପାଇଁ ଉଭୟ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଖବର ଅନୁଯାୟୀ, ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ାରେ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଭିଡିଓ କନଫରେନ୍ସି˚ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଯୋଗ୍ୟ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟବୀମା କାର୍ଡ ବଣ୍ଟନ କରିବେ । ଏଥିପାଇଁ ମ୍ୟୁନିସିପାଲିଟି ଟାଉନ ହଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଜିଲ୍ଲାର ସମସ୍ତ ବିଧାୟକଙ୍କ ସମେତ ମନ୍ତ୍ରୀ ଏବଂ ସାଂସଦ ସାମିଲ ହେବେ। କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ୩ ଲକ୍ଷ ୧୫ ହଜାର ୩୦୨ ପରିବାରର ୧୧ ଲକ୍ଷ ୭୫ ହଜାର ୬୧୬ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଦେବାକୁ ତାଲିକା ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୮ ହଜାର ୧୧୭ ଜଣ ହିତାଧିକାରୀ ସ୍ୱାସ୍ଥ୍ୟ ବୀମା କାର୍ଡ ପାଇବେ। ଏଥିସହ ପ୍ରାୟ ୧୫ ଶହ ୨୬ କୋଟି ଟଙ୍କା ବ୍ୟୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ମୋଟ ୪୮ ଗୋଟି ପ୍ରକଳ୍ପ ର ଉଦଘାଟନ କରିବାକୁ ଥିବା ବେଳେ ୧୦୪ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ସେହିପରି ଆଜି BSKYରେ ସାମିଲ ହେବ ଯାଜପୁର ଜିଲ୍ଲା। ଯାଜପୁର ଜିଲ୍ଲାବାସୀଙ୍କୁ ଆଜି ସଂଧ୍ୟା ୫ଟାରେ ଭର୍ଚୁଆଲରେ BSKY ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଯାଜପୁର ଏନସି କଲେଜ ପଡ଼ିଆରେ ବ୍ୟାପକ ଆୟୋଜନ କରାଯାଇଛି। ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି। ଯାଜପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ମୁଖ୍ୟାଳୟରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ସହ କାର୍ଡ ବଣ୍ଟନର ବ୍ୟବସ୍ଥା କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଯାଜପୁର ଜିଲ୍ଲା ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ ମଧ୍ୟ କରିବେ ମୁଖ୍ୟମନ୍ତ୍ରୀ।

Show More

Related Articles

Back to top button