ଦେଶ ବିଦେଶରାଜନୀତି

ଆଜି ସିଡବ୍ଲ୍ୟୁସି ବୈଠକ; କାହା ହାତରେ ରହିବ କଂଗ୍ରେସ ନେତୃତ୍ୱ

କଂଗ୍ରେସରେ ଦେଖା ଦେଇଛି ନେତୃତ୍ୱ ସଙ୍କଟ। ସାଧାରଣ ନିର୍ବାଚନକୁ ବର୍ଷେ ପୁରିଥିଲେ ସୁଦ୍ଧା ଏବେ ଯାଏଁ ହୋଇନି ପୂର୍ଣ୍ଣକାଳୀନ ସଭପତି ନିର୍ବାଚନ। ଏହାକୁ ନେଇ ଦଳ ଭିତରେ ଦେଖାଦେଇଛି ଅସନ୍ତୋଷ।

ନୂଆଦିଲ୍ଲୀ : କଂଗ୍ରେସରେ ଦେଖା ଦେଇଛି ନେତୃତ୍ୱ ସଙ୍କଟ। ସାଧାରଣ ନିର୍ବାଚନକୁ ବର୍ଷେ ପୁରିଥିଲେ ସୁଦ୍ଧା ଏବେ ଯାଏଁ ହୋଇନି ପୂର୍ଣ୍ଣକାଳୀନ ସଭପତି ନିର୍ବାଚନ। ଏହାକୁ ନେଇ ଦଳ ଭିତରେ ଦେଖାଦେଇଛି ଅସନ୍ତୋଷ। ଏ ନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୨୩ ବରିଷ୍ଠ କଂଗ୍ରେସ ନେତା ଚିଠି ଲେଖିଥିବା ବେଳେ ଆଜି କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି। ଆଜିର ଏହି ବୈଠକରେ ନେତୃତ୍ୱ ନେଇ ଆଲୋଚନା ହୋଇପାରେ।

ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ସଭାପତି ଭାବରେ ଦାଇତ୍ୱ ହସ୍ତାନ୍ତର କରିବା ନେଇ ଗଣମାଧ୍ୟମର ଆଲୋଚନା ପରେ କଂଗ୍ରେସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସେପଟେ କିନ୍ତୁ ବିଭିନ୍ନ ରାଜ୍ୟରେ ପୁଣିଥରେ ରାହୁଲଙ୍କୁ ଦାଇତ୍ୱ ନେବାକୁ ଦାବି ଜୋର ହୋଇଛି। କିଛି ବରିଷ୍ଠ ନେତା ସୋନିଆ କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କୁ ଅନ୍ତରୀଣ ଅଧକ୍ଷ ଦାଇତ୍ୱ ନେବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୧୯୯୮ ରୁ ୨୦୧୭ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ କ୍ରମାଗତ ଭାବରେ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ୨୦୧୭ରେ ସୋନିଆ ଗାନ୍ଧୀ ତାଙ୍କ ବୟସ ଏବଂ ଦଳର ଯୁବ ନେତୃତ୍ୱର ଆବଶ୍ୟକତା ଦର୍ଶାଇ ଏହି ପଦ ଛାଡିଥିଲେ। ସୋନିଆ ଗାନ୍ଧୀ ପଦ ଛାଡିବା ପରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ସଭାପତି କରାଯାଇଥିଲା। ରାହୁଲ ଗାନ୍ଧୀ ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସର ସଭାପତି ଥିଲେ, କିନ୍ତୁ ୨୦୧୯ରେ ଲୋକସଭା ନିର୍ବାଚନରେ ​​କଡ଼ା ପରାଜୟ ପରେ ରାହୁଲ ପରାଜୟର ଦାୟିତ୍ୱ ଗ୍ରହଣ କରି କଂଗ୍ରେସ ସଭାପତି ପଦ ଛାଡିଥିଲେ।

Show More

Related Articles

Back to top button