Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଅରୁଣ ଜେଟଲୀଙ୍କ ପ୍ରଥମ ପୁଣ୍ୟତିଥି, ଟ୍ଵିଟ କରି ମନେ ପକାଇଲେ ଅନେକ ନେତା

ବିଜେପିର ଦିବଙ୍ଗତ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପ୍ରଥମ ପୁଣ୍ୟତିଥି। ଏହି ଅବସରରେ ବିଜେପିର ଅନେକ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।

ନୂଆଦିଲ୍ଲୀ : ବିଜେପିର ଦିବଙ୍ଗତ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପ୍ରଥମ ପୁଣ୍ୟତିଥି। ଏହି ଅବସରରେ ବିଜେପିର ଅନେକ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ ନେତା ଟ୍ଵିଟ୍ କରି ତାଙ୍କୁ ମନେ ପକାଇଛନ୍ତି।

ମୋଦି ତାଙ୍କ ଟ୍ଵିଟରେ ଲେଖିଛନ୍ତି ଯେ, ଏହି ଦିନ ଗତ ବର୍ଷ ଆମେ ଅରୁଣ ଜେଟଲୀଙ୍କୁ ହଜେଇ ଦେଇଥିଲୁ। ମୋତେ ମୋ ବନ୍ଧୁ ଖୁବ୍ ମନେ ପଡନ୍ତି। ଅରୁଣ ଜି ହୃଦୟର ସହ ଭାରତର ସେବା କରିଛନ୍ତି। ତାଙ୍କର ବୁଦ୍ଧି, ଆଇନ କୌଶଳ ଏବଂ ବ୍ୟକ୍ତିତ୍ଵ ମହାନ ଥିଲା।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଟ୍ଵିଟ କରି ଲେଖିଛନ୍ତି ଯେ, ଅରୁଣ ଜେଟଲୀ ଜଣେ ଉତ୍କୃଷ୍ଟ ରାଜନୀତିଜ୍ଞ, ବିପୁଳ ବକ୍ତା ଏବଂ ମହାନ୍ ବ୍ୟକ୍ତି ଥିଲେ। ଭାରତ ରାଜନୀତିରେ ତାଙ୍କ ସମତୁଲ କେହି ନାହାଁନ୍ତି।

Show More

Related Articles

Back to top button