Breaking PLUSଓଡ଼ିଶାମୁଖ୍ୟ ଖବର

ଆଉ ୧୦ ଜୀବନ ନେଲା କରୋନା

ରାଜ୍ୟରେ କ୍ରମାଗତ ଭାବରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆଜି ରାଜ୍ୟରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆଜି ରାଜ୍ୟରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୨ ଏବଂ କଟକ, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି କ୍ରମରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୯କୁ ବୃଦ୍ଧି ହୋଇଛି।

ସେପଟେ ଆଜି ରାଜ୍ୟରେ ଆଉ ୨୯୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button