ଓଡ଼ିଶାମୁଖ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟ୍‍

ମଂଜୁର ହୋଇପାରେ ୧୦ ପ୍ରସ୍ତାବ

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ କ୍ୟାବିନେଟରେ ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବକୁ ଅନୁମୋଦନ ମିଳିବାର ରହିଛି।

ଏଥିରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‍) ଅଧିକାରୀଙ୍କ ‘କ୍ୟାଡର’ ପୁନର୍ବିନ୍ୟାସ ପ୍ରସ୍ତାବ ସହିତ ପୂର୍ତ୍ତ ବିଭାଗ, ନଗର ଉନ୍ନୟନ ବିଭାଗ, ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ରହିଛି। ତେବେ ଦୀର୍ଘଦିନ ଧରି ଓଏଏସ୍‍ ସଂଘ ପକ୍ଷରୁ କ୍ୟାଡର ପୁର୍ନଗଠନ ନେଇ ସରକାରଙ୍କଠାରେ ଦାବି ହୋଇ ଆସୁଥିଲା। ସେମାନଙ୍କ ଦାବି ଉପରେ ସରକାରଙ୍କ ମୋହର ଲାଗିବ। ଯାହାଦ୍ୱାରା ଉକ୍ତ ବର୍ଗର ୨୨୦ଟି ଅତିରିକ୍ତ ପଦ ସୃଷ୍ଟି ହେବ। ପର୍ଯ୍ୟାୟକ୍ରମେ ବରିଷ୍ଠ ଓଏଏସଙ୍କୁ ସ୍ୱତନ୍ତ୍ର ସଚିବ, ଅତିରିକ୍ତ ଶାସନ ସଚିବ, ଯୁଗ୍ମ ସଚିବ ଓ ଉପସଚିବ ପଦରେ ଅବସ୍ଥାପିତ କରାଯିବାର ବାଟ ଫିଟିବ।

Show More

Related Articles

Back to top button