ଅନୁଚିନ୍ତାଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

"ଭଲ ଲୋକଙ୍କୁ ଭୁଲ ବୁଝୁଥୁବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ

“ଭଲ ଲୋକଙ୍କୁ ଭୁଲ ବୁଝୁଥୁବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ , ଯେତେବେଳେ ସେ ଠିକ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁକିଛି ସରି ଯାଇଥାଏ !!”

“କିଛି ଦୁଃଖ ଏମିତି ବି ଥାଏ ଯାହା ନା ଶବ୍ଦରେ କହି ହୁଏ ନା ମନ ଖୋଲି କାନ୍ଦି ହୁଏ , କେବଳ ସେଇ ଦୁଃଖକୁ ମନତଳେ ଚାପି ରଖି ସହିବାକୁ ପଡେ !!”

“ସମ୍ପର୍କ ସବୁବେଳେ ଚନ୍ଦନ ପରି ରଖିବା ଉଚିତ୍ , ଯେପରି ଚନ୍ଦନ ହଜାରେ ଖଣ୍ଡ ହେଲେ ବି ତାର ସୁଗନ୍ଧ ସବୁଠି ରହିଥାଏ ଠିକ ସେହିପରି ସମ୍ପର୍କ ମଧ୍ୟ ସବୁ ପରିସ୍ଥିତି ରେ ସମାନ ରହିବା ଉଚିତ୍ !!”

“ନିଜ ଜୀବନର ଲକ୍ଷ୍ୟକୁ ସେଇମାନେ ହାସଲ କରିଥାନ୍ତି , ଯେଉଁମାନେ ପ୍ରତି ମୁହୁର୍ତ୍ତରେ ନିଜ ଦ୍ବାରା ହେଉଥିବା ଭୁଲ୍ କୁ ସୁଧାରିବାକୁ ଚେଷ୍ଟା କରିଥାନ୍ତି !!”
ଆଜିର ଦିନଟି ମଙ୍ଗଳମୟ ହେଉ
ଶୁଭ ସକାଳ
🙏ଜୟ ଶ୍ରୀକୃଷ୍ଣ🙏

 

Show More

Related Articles

Back to top button