ବଲିଉଡମନୋରଞ୍ଜନ

ରଣବୀର ଓ ସିଦ୍ଧାର୍ଥଙ୍କୁ ମିଳିଲା ଦାଦା ସାହେବ ଫାଲକେ ଆୱାର୍ଡ

ଜାଣନ୍ତୁ ୱିନରଙ୍କ ଲିଷ୍ଟ

ମୁମ୍ବାଇରେ ରବିବାର ଅନୁଷ୍ଠିତ ହୋଇଥିଲା ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେୟାର ଆୱାର୍ଡ ୨୦୨୨ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଆଶା ପାରେଖ, ଲାରା ଦତ୍ତା, ରଣବୀର ସିଂ ସିଦ୍ଧାର୍ଥ ମାଲହୋତ୍ରା ଓ କିୟାରା ଆଡଭାନୀଙ୍କ ସମେତ ବହୁ କଳାକାର ଯୋଗ ଦେଇଥିଲେ । ଫିଲ୍ମ ଉତ୍ସବରେ ପୁଷ୍ପାର ଜଲୱା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଆୱାର୍ଡରେ ଶେରସାହାକୁ ସର୍ବଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମିଳିଥିବା ବେଳେ ରଣବୀର ସିଂଙ୍କୁ ବେଷ୍ଟ ଆକ୍ଟର ଓ କ୍ରିତି ସାନନଙ୍କୁ ବେଷ୍ଟ ଆକ୍ଟ୍ରେସ୍ର ଆୱାର୍ଡ ମିଳିଛି । ବେଷ୍ଟ ଫିଲ୍ମରେ ସର୍ଦ୍ଦାର ଉଦ୍ଧମକୁ ଆୱାର୍ଡ ମିଳିଛି । ମୁମ୍ବାଇର ତାଜ ଲ୍ୟାଡସ୍ ଏଣ୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଭିନେତା ଆହନ ସେଟ୍ଟି, ସତିଶ କୌଶିକ ଓ ସନ୍ୟା ମାଲହୋତ୍ରା ବି ସାମିଲ ହୋଇଥିଲେ ।

ଲକି ଅଲି ତାଙ୍କର ସଦାବାହାର ଗୀତ ‘ଓ ସନମ’ରେ ଚମତ୍କାର ପରଫରମାନ୍ସ ଦେଇଥିଲେ । ଆଶା ପାରେଖଙ୍କୁ ଫିଲ୍ମ ଉଦ୍ଦ୍ୟୋଗରେ ସର୍ବୋତ୍କୃଷ୍ଟ ଅବଦାନ ପାଇଁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନୀତ କରାଯାଇଛି । ସେହିପରି ରଣବୀର ସିଂଙ୍କୁ ଫିଲ୍ମ ‘୮୩’ ପାଇଁ ବେଷ୍ଟ ଆକ୍ଟର ଓ କ୍ରିତି ସାନନଙ୍କୁ ଫିଲ୍ମ ‘ମିମି’ ପାଇଁ ବେଷ୍ଟ୍ର ଆକ୍ଟ୍ରେସ୍ ଆୱାର୍ଡ ମିଳିଛି । ଶେରଶାହ ପାଇଁ କିଆରାକୁ ବେଷ୍ଟ କ୍ରିଟିକ୍ସ ପାଇଁ ଆୱାର୍ଡ ମଧ୍ୟ ମିଳିଛି । ଏହା ବ୍ୟତୀତ ସୁନୀଲ୍‌ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟିଙ୍କୁ ଡେବ୍ୟୁ ପାଇଁ ମିଳିଛି ଆୱାର୍ଡ ।

Show More

Related Articles

Back to top button