ଦେଶ ବିଦେଶବାଣିଜ୍ୟ

ପୋଷ୍ଟ ପେମେଣ୍ଟ ବ୍ୟାଙ୍କକୁ ସରକାରୀ ସହାୟତା

୮୨୦ କୋଟି ମଞ୍ଜୁରୀ ଦେଲା କ୍ୟାବିନେଟ୍‌

ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବେ ସରକାର । ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍‌ ୮୨୦ କୋଟି ଟଙ୍କା ସହାୟତା ଉପରେ ମଞ୍ଜୁରୀ ପ୍ରଦାନ କରିଛି । ଏକ ବିଶେଷ ସୂତ୍ରରୁ ବୁଧବାର ଜଣାପଡ଼ିଛି । ଏହି ସହାୟତା ରାଜ୍ୟ ଅଧିନରେ ପରିଚାଳିତ ହେଉଥିବା ପେମେଣ୍ଟ ବ୍ୟାଙ୍କ ଗୁଡ଼ିକୁ ମିଳିବ । ଯାହାଦ୍ୱାରା ପଛରେ ରହିଯାଉଥିବା ଏହି ମିନି ବ୍ୟାଙ୍କ ଦେଶର ଅର୍ଥନୈତିକ କ୍ଷେତ୍ରର ଉନ୍ନତି କରିବେ । ସ୍ୱତନ୍ତ୍ର ଭାବେ ଗ୍ରାମାଞ୍ଚଳରେ ଚାଲୁଥିବା ବ୍ୟାଙ୍କ ଏବଂ ଆର୍ଥିକ ଅନଗ୍ରସର ଅଞ୍ଚଳରେ ଥିବା ବ୍ୟାଙ୍କ ଗୁଡ଼ିକୁ ଏହି ସହାୟତା ମିଳିବା ନେଇ ଜଣାପଡ଼ିଛି ।

ଖବର ସରବରାହ ସଂସ୍ଥା ପିଟିଆଇକୁ ମିଳିଥିବା ସୂଚନା ଅନୁସାରେ, ଏହା ଏକ ପ୍ରସ୍ତାବ ଯାହାକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ଏହା ଭାରତୀୟ ପୋଷ୍ଟ୍‌ ପେମେଣ୍ଟ ବ୍ୟାଙ୍କ ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଉଦ୍ଧିଷ୍ଟ । ଦେଶରେ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ୫ କୋଟିରୁ ଅଧିକ ଅକାଉଣ୍ଟ ରହିଛି । ଯାହାକି ୧.୩୬ ଲକ୍ଷ ବ୍ରାଞ୍ଚ ସାହାଯ୍ୟରେ ପରିଚାଳିତ ହେଉଛି । ପାଖାପାଖି ୪୮ ପ୍ରତିଶତ ମହିଳା ଏଥିରେ ଆକାଉଣ୍ଟ ଖୋଲିଛନ୍ତି । ଏହି ବ୍ୟାଙ୍କ ଦ୍ୱାରା ସରକାରଙ୍କ ସାମାଜିକ ଲକ୍ଷ୍ୟ ମଧ୍ୟ ପୂରଣ ହୋଇପାରୁଛି । ସରକାରଙ୍କ ସହୟତା ପରେ ଏଗୁଡ଼ିକ ଆହୁରି ଉନ୍ନତି କରିବେ ବୋଲି ଉତ୍ସରୁ ଜଣାପଡ଼ିଛି ।

Show More

Related Articles

Back to top button