ସ୍ୱାସ୍ଥ୍ୟ

ନିଜକୁ ସୁସ୍ଥ ରଖିବା ପାଇଁ ଡାଏଟ୍ ରେ ସାମିଲ କରନ୍ତୁ ଲବଙ୍ଗ

ନିଜକୁ ସୁସ୍ଥ ରଖିବା ପାଇଁ ଭଲ ଡାଏଟ୍ କରିବା ଅତ୍ୟନ୍ତ ଜରୁରୀ । ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମ୍ ରହିଥାଏ । କିନ୍ତୁ ବ୍ୟସ୍ତ ବହୁଳ ଜୀବନ ହେତୁ ଅନେକ ଲୋକ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଠିକ୍ ଭାବରେ ନେଇ ପାରନ୍ତି ନାହିଁ । ତେଣୁ ସେମାନେ ଦୈନନ୍ଦିନ ଖାଦ୍ୟରେ ଲବଙ୍ଗ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ

ଲବଙ୍ଗରେ ଭିଟାମିନ୍ ଏ, ସି, ଡି, ଇ, ଥିଏମାଇନ୍, ଓମେଗା ୩ ଫ୍ୟାଟି ଏସିଡ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥାଏ । ତେଣୁ ଏହାକୁ ଖାଇ ନିଜକୁ ଫିଟ୍ ଏବଂ ଭଲ ରଖିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର ବିଭିନ୍ନ ଫାଇଦା…
ଏପରି କରନ୍ତୁ ବ୍ୟବହାର :

ଶୋଇବା ପୂର୍ବରୁ ଏକ ଗ୍ଲାସ୍ ପାଣି ସହିତ ୧-୨ ଲବଙ୍ଗ ଖାଆନ୍ତୁ ।

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ :

ବିଶ୍ୱବ୍ୟାପୀ କରୋନା ଜୀବାଣୁକୁ ଏଡାଇବା ପାଇଁ ସମସ୍ତଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ପରାମର୍ଶ ଦିଆଯାଇଛି । ତେଣୁ ଗରମ ପାଣି ସହିତ ଲବଙ୍ଗ ଖାଇବା ସର୍ବୋତ୍ତମ ବିକଳ୍ପ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

ପେଟ ଜନିତ ସମସ୍ୟା ଦୂର ହୋଇଥାଏ :

ପେଟ ଜନିତ ସମସ୍ୟାରେ ପୀଡିତ ବ୍ୟକ୍ତିମାନେ ଶୋଇବା ପୂର୍ବରୁ ୧ ଗ୍ଲାସ ଉଷୁମ ପାଣି ସହିତ ୨ ଟି ଲବଙ୍ଗ ଖାଇବା ଉଚିତ୍ । ଏହାକୁ ଖାଇବା ଦ୍ୱାରା ପେଟ ଭଲ ପରିଷ୍କାର ହେବା ସହିତ ହଜମ ପ୍ରକ୍ରିୟା ମଜବୁତ ହୋଇଥାଏ । ଏହା ବ୍ୟତୀତ କୋଷ୍ଠକାଠିନ୍ୟ, ଗ୍ୟାସ୍, ଡାଇରିୟା ଇତ୍ୟାଦି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।
ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ :

ଲବଙ୍ଗ ଖାଇବା ଦ୍ୱାରା ଶ୍ୱାସକ୍ରିୟା ଜନିତ ସମସ୍ୟା ସହ ମୁକାବିଲା କରିବାକୁ ଶକ୍ତି ଯୋଗାଇଥାଏ । ଏହାକୁ ଖାଇବା ଦ୍ୱାରା ବ୍ରୋଙ୍କାଇଟିସ୍, ସାଇନସ୍ ଏବଂ ଆଜମା ମଧ୍ୟ ଦୂର ହୋଇଥାଏ ।

ହାତ ଏବଂ ପାଦ ଥରୁଥିବା ସମସ୍ୟା ଦୂର ହୋଇଥାଏ :

ଯେଉଁମାନଙ୍କ ହାତ ଏବଂ ପାଦ ଥରିବାର ସମସ୍ୟା ରହିଥାଏ ସେମାନଙ୍କ ପାଇଁ ଲବଙ୍ଗ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏହି ସମସ୍ୟାର ଶିକାର ହେଉଥିବା ରୋଗୀମାନେ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ୧-୨ ଟି ଲବଙ୍ଗ ଖାଇବା ଉଚିତ୍ । ଏହା ସେମାନଙ୍କୁ ଶୀଘ୍ର ଏହି ସମସ୍ୟାରୁ ମୁକ୍ତି ଦେଇଥାଏ ।

ଦାନ୍ତ ସମସ୍ୟା ଦୂର କରିଥାଏ :

ଲବଙ୍ଗ ପୋଷକ ତତ୍ତ୍ୱ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣରେ ଭରପୂର ଅଟେ । ତେଣୁ ଉଷୁମ ପାଣିରେ ଲବଙ୍ଗ ଖାଇବା ଦ୍ୱାରା ଦାନ୍ତ ଯନ୍ତ୍ରଣା ଏବଂ ଏହା ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

Show More

Related Articles

Back to top button