ସ୍ୱାସ୍ଥ୍ୟ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପିଅନ୍ତୁ ଆଲୋଭେରା ଜୁସ୍

ମିଳିବ ଅନେକ ଫାଇଦା-

ଯଦି ଆପଣଙ୍କର ଚର୍ମ ସମସ୍ୟା ଅଛି କିମ୍ବା ସକାଳୁ ଉଠିବା ପରେ ପେଟ ସଫା ହେଉନାହିଁ, ତେବେ ଆପଣ ନିଶ୍ଚିତ ଭାବରେ ଆଲୋଭେରା ଜୁସ୍ ପିଇବା ଉଚିତ୍ । ଏହା କେବଳ ସ୍କିନ୍ ଗ୍ଲୋଇଙ୍ଗ କରିନଥାଏ ବରଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଏଥିରେ କ୍ୟାଲସିୟମ୍, ଜିଙ୍କ, ପୋଟାସିୟମ୍, ଆଇରନ୍, ସୋଡିୟମ୍, ମ୍ୟାଗ୍ନେସିୟମ୍, କ୍ରୋମିୟମ୍ ଏବଂ ମାଙ୍ଗାନିଜ୍ ପ୍ରଚୁର ପରିମାଣରେ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏଥିରୁ ମିଳୁଥିବା ବିଭିନ୍ନ ଫାଇଦା ।
ଏହାର ଫାଇଦା :

-କାଶ ହେଉଥିଲେ ଆଲୋଭେରା ଜୁସ୍ ଏକ ଔଷଧ ଭଳି କାମ କରିଥାଏ । ଏକ କପ୍ ଉଷୁମ ପାଣି ସହିତ ଅଧା ଚାମଚ ଆଲୋଭେରା ଜୁସ୍ ପିଅନ୍ତୁ ।

– ଅଁଳା ଏବଂ ଜାମୁକୋଳି ସହିତ ଆଲୋଭେରା ବ୍ୟବହାର କରିବା ଦ୍ୱାରା କେଶ ମଜବୁତ ହେବା ସହିତ ଆଖିକୁ ମଧ୍ୟ ସୁସ୍ଥ ରଖିଥାଏ ।

-କେଶ ଉପୁଡିବା ସମସ୍ୟା ମଧ୍ୟ ଦୂର କରିଥାଏ ।

– ଜଣ୍ଡିସରେ ପୀଡିତ ରୋଗୀଙ୍କ ପାଇଁ ଆଲୋଭେରା ଏକ ଔଷଧ । ସକାଳ ଏବଂ ସନ୍ଧ୍ୟାରେ ୧୫ ଗ୍ରାମ ଆଲୋ ଭେରା ଜୁସ୍ ପିଅନ୍ତୁ । ଏହି ରୋଗରୁ ମୁକ୍ତି ମିଳିବ ।

-ମେଦବହୁଳତା ହ୍ରାସ କରିବାରେ ଆଲୋଭେରା ସହାୟକ ହୋଇଥାଏ । କଞ୍ଚା ମେଥି ପତ୍ରକୁ ଗ୍ରାଇଣ୍ଡ୍ କରି ୧୦ ଗ୍ରାମ୍ ଆଲୋଭେରା ରସରେ ମିଶାଇ ଏହାକୁ ପ୍ରତିଦିନ ଖାଆନ୍ତୁ ମୋଟାପଣ ଦୂର ହେବ ।

-ଯଦି ଶରୀରର କୌଣସି ଅଙ୍ଗ ନିଆଁରେ ଜଳି ଯାଇଥାଏ, ତେବେ ସେହି ସ୍ଥାନରେ ଆଲୋଭେରା ରସ ଲଗାଇବା ଦ୍ୱାରା ଜଳାପୋଡାରୁ ମୁକ୍ତି ମିଳିଥାଏ ।

ଅଧିକାଂଶ ଲୋକ ସବୁବେଳେ ପେଟରେ ଗ୍ୟାସ୍ ସମସ୍ୟା ଏବଂ ଖାଦ୍ୟ ହଜମ ନହେବାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯଦି ଶରୀରରେ ପେଟ ସମ୍ବନ୍ଧୀୟ କୌଣସି ରୋଗ ଅଛି, ତେବେ ଆପଣ ସକାଳେ ୨୦ ଗ୍ରାମ ଆଲୋଭେରା ରସ ସହିତ ମିଶ୍ରିତ ମହୁ ଏବଂ ଲେମ୍ବୁ ଖାଇବା ଉଚିତ୍ । ଏହା କେବଳ ପେଟ ରୋଗକୁ ଦୂର କରେ ନାହିଁ, ହଜମ ଶକ୍ତି ମଧ୍ୟ ବଢାଇଥାଏ ।

Show More

Related Articles

Back to top button