ଜୀବନଚର୍ଯ୍ୟା

ଶନି ଦେବଙ୍କୁ ଏପରି ଭାବରେ କରନ୍ତୁ ପ୍ରସନ୍ନ

ରହିବନି ଦୁଃଖ ଦୁର୍ଦଶା

କୁହାଯାଏ ଯେ ଯଦି କାହା ଉପରେ ଶନି ଦେବ ପ୍ରସନ୍ନ ହୋଇଯାନ୍ତି ତେବେ ସେହି ବ୍ୟକ୍ତି ଜୀବନରେ ଗୋଟିଏ ପରେ ଗୋଟିଏ ସଫଳତାର ସୀଢୀ ଚଢି ଚାଲେ l କିନ୍ତୁ ଯଦି କାହା ଉପରେ ଶନି ଦେବ ଙ୍କର କୁ ଦୃଷ୍ଟି ପଡ଼ିଯାଏ ତେବେ ସେହି ବ୍ୟକ୍ତି ଅନେକ ସମସ୍ୟାରେ ଘେରିହୋଇ ରୁହେ l ଯଦି ଆପଣ ଶନି ଦେବଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ବିଧିବଦ୍ଧ କ୍ରମେ ତାଙ୍କର ପୂଜା କରନ୍ତୁ ଓ କୃପା ଲାଭ କରନ୍ତୁ l

ଶନି ଦେବଙ୍କ ପୂଜା ବିଧି –

ଶନିବାର ଦିନ ସକାଳୁ ଗାଧୋଇ ସାରି ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କୁ ଧ୍ୟାନ କରନ୍ତୁ l ତାପରେ ଗୋଟିଏ ଗଡୁରେ କ୍ଷୀର ଓ ଜଳ ନେଇ ଗୋଟିଏ ପିପଳ ଗଛ ମୂଳରେ ଢଳାନ୍ତୁ l ତାପରେ ସେଠାରେ ଫୁଲ ,ଧୂପ ,ଦୀପ ଓ ନୈବେଦ୍ୟ ଦେଇ ପୂଜା କରନ୍ତୁ l ପୂଜା ସରିଲା ପରେ ମୁଣ୍ଡିଆ ମାରି ଶନି ଦେବଙ୍କୁ ନିଜର ମନସ୍କାମନା ଜଣାନ୍ତୁ l ଏହି ପୂଜାକୁ ସରିଲା ପରେ ଶନି ମନ୍ଦିରକୁ ଯାଇ କଳା ବିରୀର ୨୧ ଟି ଦାନ ତାଙ୍କ ପାଦରେ ସମର୍ପଣ କରନ୍ତୁ l ଗୋଟିଏ ତମ୍ବା ପାତ୍ରରେ ସୋରିଷ ତେଲ ନେଇ ଶନି ଦେବଙ୍କୁ ଅଭିଷେକ କରି ଓଁ ଶନି ଦେବାୟ ନମଃ ମନ୍ତ୍ର ଉଚ୍ଚାରଣ କରନ୍ତୁ l ଏହା ପରେ ଶନି ଚାଳିଶାର ପାଠ କରନ୍ତୁ l

“ଜୟ ଗଣେଶ ଗିରିଜା ସୁବନ ,ମଙ୍ଗଳ କରଣ କୃପାଳ ,

ଦିନନ କେ ଦୁଃଖ ଦୂର କରି ,କିଯେଇ ନାଥ ନିହାଲ l

ଜୟ ଜୟ ଶ୍ରୀ ଶନିଦେବ ପ୍ରଭୁ ,ସୁନହୁଁ ବିନୟ ମହାରାଜ l

କରହୁ କୃପା ହେ ରବି ତନୟ ,ରଖହୁ ଜନ କି ଲାଜ l ”

ଶନିବାର ଦିନ ଏହି ୭ ଟି ଜିନିଷକୁ କିଣନ୍ତୁ ନାହିଁ –

ଶନିବାର ଦିନ କୌଣସି ପ୍ରକାରର ଲୁହ ଜିନିଷ କିଣନ୍ତୁ ନାହିଁ l କାରଣ ଶନିବାର ଦିନ ନିଅଯର ଗ୍ରହ ଶାନ୍ତି ପାଇଁ ଲୁହ ଜିନିଷ ଦାନ କଲେ ଶନି ଦେବ ପ୍ରସନ୍ନ ହୋଇଥାନ୍ତି l
ଶନିବାର ଦିନ ତେଲ କିଣନ୍ତୁ ନାହିଁ l କାରଣ ଯଦି କେହି ବ୍ୟକ୍ତି ଶନିବାର ଦିନ ସୋରିଷ ତେଲ କିମ୍ବା ରାଶି ତେଲ କିଣିବ ତେବେ ସେ ରୋଗଗ୍ରସ୍ତ ହେବ ବୋଲି କୁହାଯାଏ l
ଶନିବାର ଦିନ ଯଦି ଆପଣ ଲୁଣ କିଣିବେ ତେବେ ଆପଣଙ୍କ ଉପରେ କରଜର ଭାର ବଢି ଯିବା ,ତେଣୁ ଶନିବାରରେ ଲୁଣ କିଣିବା ଉଚିତ ନୁହେଁ l
ଶନିବାର ଦିନ କଇଁଚି କିଣିବା ଉଚିତ ନୁହେଁ କାରଣ ଏହା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ l
ଶନିବାର ଦିନ କଳାରାଶି କିଣନ୍ତୁ ନାହିଁ l କାରଣ କଳାରାଶି ଶନିବାରରେ ଶନି ଦେବଙ୍କୁ ଚଢା ଯାଏ l
କଳା ରଙ୍ଗର ଜୋତା ଶନିବାରରେ କିଣିବା ଉଚିତ ନୁହେଁ l କୁହl ଯାଏ ଯେ ଶନିବାର ଦିନ କିଣିଥିବା କଳା ଜୋତାକୁ ପିନ୍ଧିବା ଦ୍ୱାରା କାର୍ଯ୍ୟରେ ଅସଫଳ ହୁଅନ୍ତି l
ଶନିବାର ଦିନ ସାହି କିଣନ୍ତୁ ନାହିଁ l କାରଣ ଏହା ମନୁଷ୍ୟକୁ ଅପଯଶର ଭଗି କରାଏ l ପଢାଲେଖା ସହିତ ଯୋଡ଼ା ହୋଇଥିବା ଜିନିଷ ଗୁଡିକୁ ଗୁରୁବାର କିଣିଲେ ଶୁଭ ହୋଇଥାଏ l

Show More

Related Articles

Back to top button