ଓଡ଼ିଶାମୁଖ୍ୟ ଖବର

ଆଗକୁ ବଢିବ ତାପମାତ୍ରା

ବର୍ତ୍ତମାନ ୧୪ ଯାଏଁ କମ୍ ରହିବ ଶୀତ

ରାଜ୍ୟରେ ଜାନୁଆରୀ ମାସର ପ୍ରଥମ ଦୁଇ ସପ୍ତାହ ଶୀତର ପ୍ରକୋପ ସାମାନ୍ୟ କମ୍‌ ରହିବ । କିଛି ସ୍ଥାନକୁ ଛାଡିଦେଲେ ପ୍ରାୟତଃ ରାତି ତାପମାତ୍ରା ସ୍ୱାଭାବିକ ଉପରେ ରହିବ । ଏପରି ସ୍ଥିତି ରହିବ ଜାନୁଆରୀ ୧୪ ଯାଏଁ ଲାଗି ରହିବ । ଏହାପରେ ଅର୍ଥାତ୍‌ ତୃତୀୟ ସପ୍ତାହରେ (୧୫-୨୧ ତାରିଖ) ଭୀଷଣ ହାଡ଼ଭଙ୍ଗା ଶୀତ ହେବ। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ, ଆସନ୍ତା ୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢ଼ିବ । ଫଳରେ ଶୀତ କମିଯିବ । ଆସନ୍ତା ୪ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ। ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ସେପରି କିଛି ପରିବର୍ତ୍ତନ ସମ୍ଭାବନା କମ୍ ରହିଛି। କିନ୍ତୁ ୩ ତାରିଖରୁ ପବନର ଦିଗ ବଦଳିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ୩ ଡିଗ୍ରୀ ସେଲସିୟସ୍‌ ବଢ଼ିଯିବ । ଫଳରେ ଶୀତ ସାମାନ୍ୟ କମିଯିବ ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ୩ ତାରିଖରୁ ରାଜ୍ୟରେ ପାଗ ସାମାନ୍ୟ ପରିବର୍ତ୍ତନ ହେବ । ୫ ତାରିଖରୁ ସର୍ବନିମ୍ନ ତାପମାତ୍ରା ଆହୁରି ବଢ଼ିବ । ଏବେ ଶୀତ ପ୍ରବାହ କିଛିଦିନ କମ୍‌ ରହିବ ।

ଏତତ୍ ବ୍ୟତୀତ, ୧୫ ତାରିଖରୁ ପୁଣି ଥରେ ରାଜ୍ୟକୁ ଶୀତ ଲହରୀ ମାଡ଼ି ଆସିବ । ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୀଷଣ ଥଣ୍ଡା ଅନୁଭୂତ ହେବ । ଉତ୍ତର ଦିଗରୁ କାଲୁଆ ପବନ ବହିବା ଯୋଗୁ ଉତ୍ତର ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ହେବ ।କନ୍ଧମାଳ, ସୋନପୁର, ଅନୁଗୁଳ ଆଦି ଜିଲ୍ଲାରେ ରାତି ତାପମାତ୍ରା ୫-୬ ଡିଗ୍ରୀକୁ ଖସିପାରେ । କେତେକ ସ୍ଥାନରେ ପାରଦ ସ୍ୱାଭାବିକଠାରୁ ୫-୬ ଡିଗ୍ରୀ କମ୍‌ ରହିପାରେ । ବାକି ଅଞ୍ଚଳରେ ମଧ୍ୟ ପାରଦ ସ୍ୱାଭାବିକ ତୁଳନାରେ ୩-୪ ଡିଗ୍ରୀ କମ୍‌ ରହିବାର ସମ୍ଭାବନା ରହିଛି ।

Show More

Related Articles

Back to top button