ଦେଶ ବିଦେଶବାଣିଜ୍ୟ

ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସାପ୍ତାହିକ ୪ଥର ଉଡ଼ିବ ବିମାନ

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଏବଂ ବେଙ୍ଗାଲୁରୁ ଉଡାଣ ଭରିବ ବିମାନ। ଆସନ୍ତା ୧୨ ତାରିଖରୁ ଉଡାଣ ଭରିବ

ସପ୍ତାହରେ ୪ ଦିନ ଉଡାଣ ଭରିବ ବିମାନ। ଏଥିପାଇଁ ଅଗ୍ରୀମ ଟିକେଟ ବୁକିଂ ଆରମ୍ଭ ହୋଇଛି। ସ୍ପାଇସ୍‌ଜେଟ ପକ୍ଷରୁ ୧୪୪ ଯାତ୍ରୀଙ୍କ ପାଇଁ ବୋଇଂ ବିମାନ ଚଳାଚଳ କରିବ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସମୟ ତାଲିକା ଘୋଷଣା କରାଯାଇଛି।

ପ୍ରତି ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଦିନ ମୁମ୍ବାଇରୁ ଝାରସୁଗୁଡା ହୋଇ ବାଙ୍ଗାଲୁରୁ କୁ ଓ ବାଙ୍ଗାଲୁରୁ ରୁ ଝାରସୁଗୁଡା ହୋଇ ମୁମ୍ବାଇକୁ ବିମାନ ଉଡାଣ ଭରିବ। ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି।

Show More

Related Articles

Back to top button