ଜୀବନଚର୍ଯ୍ୟା

ଘରେ ଆର୍ଥିକ ସମସ୍ୟା ଦୂର କରିବା ପାଇଁ : ଆପଣାନ୍ତୁ ଏହି ଉପାୟ

ଆମେ ନିଜ ଘରେ ପ୍ରତେକ ଦିନ ଭଗବାନଙ୍କୁ ପୂଜା କରିଥାଉ ଏବଂ ଘରେ ସୁଖ ଶାନ୍ତି ରଖିବା ପାଇଁ ପ୍ରାଥନା କରି ଥାଉ l ଆମ ପରିବାରରେ ଅଧିକାଂଶ ସମୟ ବିଭିନ୍ନ ବାଧା ଉପଳଇ ଉନ୍ନତି ରେ ବାଧକ ସାଜିଥାଅ l ଆମେ ଯେତେବେଳେ ସକାଳେ ଓ ସନ୍ଧ୍ୟାରେ ପୂଜା କରୁ ଠାକୁରଙ୍କ ପାଖରେ ଆଳତି ହେଉଥିବା କର୍ପୁର ଆମ ଘରର ବାସ୍ତୁଦୋଷକୁ ଏଡ଼ାଇବା ପାଇଁ ସାହାଯ୍ୟ କରିଥାଏ

ଘରର ବାସ୍ତୁଦୋଷ ଯୋଗୁ ସର୍ବଦା ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାପାଇଁ ପଡିଥାଏ l ଆଜି ଆସନ୍ତୁ ଜାଣିବା ଆଳତି କର୍ପୁର ଦ୍ୱାରା କିପରି ଘରର ବାସ୍ତୁଦୋଷ ଦୂରକାରୀ ପାରିବା l

* ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଘରେ ସବୁବେଳେ ସକାରାତ୍ମକ ଶକ୍ତି ସଞ୍ଚାର ହେଉ ଅବା ଶାନ୍ତି ରହୁ ତେବେ ପ୍ରତିଦିନ ଆପଣ ସକାଳେ ଓ ସନ୍ଧ୍ୟାରେ ଆଳତି କର୍ପୁରକୁ ଦେଶୀ ଘିଅରେ ବୁଡାଇ ଠାକୁରଙ୍କ ପାଖରେ ଜଳାନ୍ତୁ l ଯାହାଦ୍ୱାରା ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଦୁରେଇ ଯିବି ଏବଂ ଶାନ୍ତି ସମୃଦ୍ଧି ରହିବ l

* ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଘରର କୌଣସି ସ୍ଥାନରେ ବାସ୍ତୁଦୋଷ ରହୁଛି ତେବେ ସେହି ସ୍ଥାନରେ ଦୁଇଖଣ୍ଡ ଆଳତି କର୍ପୁର ରଖି ଦିଅନ୍ତୁ l ଯେତେବେଳେ ସେହି କର୍ପୁର ତରଳି ଯିବ ତାପରେ ଆପଣ ଆଉ ଦୁଇଖଣ୍ଡ ରଖିବେ l ଏହି ନିୟମକୁ ବାରମ୍ବାର ଦୋହରାଇବା ଦ୍ୱାରା ସେହି ସ୍ଥାନରୁ ବାସ୍ତୁଦୋଷ ସମ୍ପୂର୍ଣ୍ଣ ଦୁରେଇ ଯିବ l

* ଯଦି ଆପଣଙ୍କ ଘରେ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାକୁ ଚାହୁଁଛନ୍ତି ତେବେ ରାତିରେ ରୋଷେଇ ଘରୁ କାମ ସାରିବା ପରେ ରୋଷେଇ ଘରକୁ ସଫାସୁତୁରା କରି ଗୋଟିଏ ଚଣ୍ଡୀର ପାତ୍ରରେ କର୍ପୁର ଓ ଲବଙ୍ଗ ଜଳାନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିବ l

Show More

Related Articles

Back to top button