ସ୍ୱାସ୍ଥ୍ୟ

କେବଳ ଲାଭଦାୟକ ନୁହେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ ଏଲୋଭେରା : ଜାଣନ୍ତୁ କିପରି

ଏଲୋଭେରାର ଅନେକ ଲାଭ ବିଷୟରେ ଆପଣ ଜାଣିଛନ୍ତି l ଯଦି ଆପଣ ଏଲୋଭେରାରେ ବିଭିନ୍ନ ରୋଗର ଉପଚାର କରୁଛନ୍ତି ଯେପରି କି ଏଲୋଭେରା ରସରେ ଲେମ୍ବୁ ଓ ମହୁ ମିଶାଇ ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ,ସୌନ୍ଦର୍ଯ୍ୟ ଉପଚାର ପାଇଁ ଏଲୋଭେରାର ବ୍ୟବହାର କରାଯାଇଥାଏ l କିନ୍ତୁ ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ବ୍ୟବହାର କରିବା ଠିକ ନୁହେଁ ଏକଥା ହୁଏତ ଆପଣ ଜାଣି ନଥିବେ

ଆଜି ଆମେ ଆପଣଙ୍କୁ ଏଲୋଭେରା ଅଧିକ ମାତ୍ରାରେ ବ୍ୟବହାର କଲେ ଆପଣଙ୍କର କଁ ହେବ ସେ ବିଷୟରରେ ଆସନ୍ତୁ ଜାଣିବା l

* ଯଦି ଆପଣ ଏଲୋଭେରା ଅଧିକ ମାତ୍ରାରେ ସେବନ କରୁଛନ୍ତି ତେବେ ଆପଣଙ୍କର ପେଟ ସମ୍ବଧୀୟ ଅସୁବିଧା ଦେଖା ଦେଇ ପରେ l ଏହାର ବ୍ୟବହାର ସୀମିତ ମାତ୍ରାରେ କରିବା ଉଚିତ l

* ଆଲୋଭେରାକୁ ତ୍ୱଚା ପାଇଁ ରାମବାଣ ବୋଲି କୁହାଯାଏ ,କିନ୍ତୁ ତ୍ୱଚା ପାଇଁ ଆଲୋଭେରା ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ତ୍ୱଚା ସମ୍ବଧୀୟ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ l

* ମଧୁମେହ ରୋଗୀ ମାନଙ୍କ ପାଇଁ ଏଲୋଭେରା ରସ ଠିକ ନୁହେଁ କାରଣ ଆଜିକାଲି ଅଧିକାଂଶ ଲୋକ ଡାକ୍ତରଙ୍କ ସହ ପରାମର୍ଶ ନକରି ମଧ୍ୟ ବିଭିନ୍ନ ପ୍ରକାରର ଜୁସ ପିଇବା ଆରମ୍ଭ କରୁଛନ୍ତି ଯାହା ସେମାନଙ୍କ ପାଇଁ ଭବିଷ୍ୟତରେ କ୍ଷତିକାରକ ହୋଇ ପରେ l ତେଣୁ ଯଦି ଆପଣ ଏଲୋଭେରା ରସ ମଧୁମେହ ଯୋଗୁ ପିଇବାକୁ ଚାହୁଁଛନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରି ପିଅନ୍ତୁ l

* ଏଲୋଭେରା ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଲିଭର ସମ୍ବଧୀୟ ସମସ୍ୟାର କଷ୍ଟ ଭୋଗିବାକୁ ପଡିଥାଏ l ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରି ଆପଣ ଏଲୋଭେରାର ରସ ସେବନ କରନ୍ତୁ l

Show More

Related Articles

Back to top button