ଜୀବନଚର୍ଯ୍ୟା

ନିଜ ମୁହଁକୁ ସୁନ୍ଦର କରିବା ପାଇଁ ବ୍ୟବହାର କରନ୍ତୁ ଲେମ୍ବୁ ଓ କାକୁଡି

ମୁହଁକୁ ଗୋରା ଓ ଉଜ୍ଜଳ କରିବା ନିମନ୍ତେ ଆମେ ବହୁ କ୍ରିମର ବ୍ୟବହାର କରିଥାଉ। କିଛି ଘରୋଇ ଉପଚାର କରିବା ଦ୍ୱାରା ମୁହଁ ଖୁବ ସୁନ୍ଦର ହୋଇଥାଏ। ଏଥିପାଇଁ ଆମକୁ ଅଧିକ କଷ୍ଟ ମଧ୍ୟ କରିବାକୁ ପଡ଼ିନଥାଏ। ଜାଣନ୍ତୁ, ତାହା କ’ଣ-

ଏକ ପାଚିଲା ଲେମ୍ବୁକୁ କାଟି ଏହାର ରସ ବାହାର କରି ଦିଅନ୍ତୁ। ଏହି ରସକୁ ମୁହଁରେ ଲଗାଇ ୨୦ରୁ ୨୫ମିନିଟ ରଖନ୍ତୁ। ଏହା ପରେ କାକୁଡ଼ିକୁ ଫାଳ ଫାଳ କରି କାଟି ମୁହଁରେ ଲେମ୍ବୁ ଲଗାଇଥିବା ସ୍ଥାନରେ ଘଷନ୍ତୁ। କିଛି ସମୟ ପରେ ଏକ ସୂତା କପଡ଼ାରେ ପୋଛି ଦିଅନ୍ତୁ। ଏହା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।

 

ଏପରି ନିୟମିତ ସପ୍ତାହକୁ ୩ଥର ସବୁବେଳେ ଲଗାନ୍ତୁ। ୧ମାସରେ ଏହାର ଚମତ୍କାରିତା ଅନୁଭବ କରିପାରିବେ।ଏହା ବ୍ୟତୀତ ଏକ ଲେମ୍ବୁର ରସ ବାହାର କରି ଏଥିରେ କିଛି ମହୁ ମିଶାଇ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ ୩୦ମିନିଟ ରଖନ୍ତୁ। ଏହାକୁ ନିୟମିତ ୧ମାସ ଲଗାଇଲେ ମଧ୍ୟ ମୁହଁ ଖୁବ ଉଜ୍ଜଳ ଓ ସୁନ୍ଦର ହୋଇଯାଏ।

Show More

Related Articles

Back to top button