ସ୍ୱାସ୍ଥ୍ୟ

ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ, ଗହମ ତେଲ

ଗହମ ତେଲରେ ପୋଷକତତ୍ୱ ପ୍ରଚୁର ମାତ୍ରାରେ ରହିଥିବା କାରଣରୁ ଏହା ଆମର ସ୍ୱାସ୍ଥ୍ୟ , ତ୍ୱଚା ଓ କେଶ ପାଇଁ ଲାଭ ଦାୟକ ଅଟେ l ଗହମ ତେଲକୁ ସାଧାରଣତ ସାଲାଡ଼ ପାଇଁ ବ୍ୟବହାର କରାଯାଇଥାଏ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ଏହି ତେଲ ଚର୍ମ ଓ କେଶପାଇଁ ଅତ୍ୟନ୍ତ ଲାଭଦାୟକ

ଗହମ ତେଲ ଗହମର ଭିତର ପାଶ୍ୱରୁ ବାହାର କରାଯାଇଥିବା ତେଲ ଅଟେ l

ଗହମର ଏହି ଅଂଶ ଅନ୍ୟ ଅଂଶ ତୁଳନାରେ ଅଧିକ ପୌଷ୍ଟିକ ହୋଇଥାଏ l ଏହା ଭିଟାମିନ ବି୬ , ଫୋଲିକ ଏସିଡ , ବକମିନ ବି କେମ୍ପ୍ଲେକ୍ସ , ମ୍ୟାଗନେସିୟମ , ପୋଟାସିୟମ , ଫସଫରସ ଓ ଅନେକ ଜରୁରୀ ତତ୍ୱ ଭରପୁର ମାତ୍ରାରେ ରହିଛି l

* ଗହମ ତେଲରୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଗତ ଲାଭ ମିଳିଥାଏ l ଏଥିରେ ଥିବା ଅବଶକୀୟ ପୋଷାକ ତତ୍ତ୍ୱ ଶରୀରର ଭିନ୍ନ ବିକାଶ କରିଥାଏ l ତ୍ୱଚା ପାଇଁ ଲାଭ ଦାୟକ ହୋଇଥିବା କାରଣରୁ ଗହମ ତେଲ ଅତ୍ୟନ୍ତ ହିତକର l

* ଗହମ ତେଲରେ ଆଣ୍ଟି ଇନ୍ଫ୍ଲମାଟୋରି ଗୁଣ ରହିଛି l ଯାହା ତ୍ୱଚାର ନାଲି ଅଂଶ ଓ ଜଳିବାକୁ ଶାନ୍ତ କରିଥାଏ l ଏଥିରେ ଏଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ଏଜିଙ୍ଗ ଗୁଣ ଭରିହୋଇ ରହିଛି l ଏହି କାରଣରୁ ଚର୍ମରେ କୁଞ୍ଚନ ଆସିବାକୁ ଗହମ ତେଲ ଦିଏ ନାହିଁ l

 

*ଏହି ତେଲରେ ହାଇ ଭିଟାମିନ ମାତ୍ରା ରହିଛି l ଯାହା କଲେଜନ ନିର୍ମାଣ କରିବାରେ ସାହାଯ୍ୟ କରିଥାଏ l ଏହି ତେଲକୁ ବ୍ୟବହାର କରିବା ଦ୍ୱାରା ଚର୍ମରୁ ସମସ୍ତ ଦାଗ ଦୂରାହୋଇଥାଏ l

* ଏହି ତେଲକୁ ବିଭିନ୍ନ ଉପାୟରେ ବ୍ୟବାର କରାଯାଏ l ଯେପରି କି ଗହମ ତେଲରେ ଅନେକ ଲୋକ ପ୍ୟାକ ପ୍ରସ୍ତୁତ କରି ବ୍ୟବହାର କରନ୍ତି l ଏଥିରେ ଆଣ୍ଟିଆକ୍ସିଡେଣ୍ଟ ଓ ଅନେକ ପୋଷକତତ୍ୱ ରହିଥିବା କାରଣରୁ ଭିଟାମିନ-ସି ମିଶାଯାଇ ବ୍ୟବହାର କରାଯାଇ ପାରିବ l

* କେଶ ଝାଡ଼ିବା ଅଟକାଇବା ପାଇଁ ଓ କେଶର ଘନତ୍ଵ ପାଇଁ ଏହାକୁ ସାମ୍ପୁ ,କଣ୍ଡିସନର କିମ୍ବା ହାଲୁକା ଭାବରେ ମୁଣ୍ଡରେ ମାଲିସ କରିବା ଦ୍ୱାରା କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ l

* ଗହମ ତେଲକୁ ଗୋଟିଏ ମଇଶ୍ଚରାଇଜର ଭାବରେ ଦିନକୁ ଦୁଇଥର ବ୍ୟବହାର କରିବା ଆବଶ୍ୟକ l

Show More

Related Articles

Back to top button