ବାଣିଜ୍ୟ

ଏପ୍ରିଲ ୧ରୁ ମହଙ୍ଗା ହେବ ବାଇକ, କାର : ବଡ ବଡ କମ୍ପାନୀଙ୍କ ଘୋଷଣା

ଆପଣ କାର ଓ ବାଇକ୍ କିଣିବାକୁ ଚାହୁଁଛନ୍ତି କି ତାହାଲେ ଯଥାଶୀଘ୍ର କିଣିଦିଅନ୍ତୁ । କାରଣ ଏପ୍ରିଲ ପହିଲାରୁ ମହଙ୍ଗା ହେବ ନାମୀ ଦାମୀ ଗାଡି । ଅଟୋ କମ୍ପାନୀଗୁଡିକ ପକ୍ଷରୁ ଏହି ଘୋଷଣା କରାଯାଇଛି

ମାରୁତୀ ସୁଜୁକି ସହ ଅନେକ କମ୍ପାନୀ ଏହି ନିଷ୍ପତ୍ତି ନେଇଛନ୍ତି । ପେଟ୍ରୋଲ୍ ଓ ଡିଜେଲ୍ ମହଙ୍ଗା ହେବା ପରେ ଏବେ ଅଟୋ ସେକ୍ଟରରେ ମହଙ୍ଗା ହେବା ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।୨ଚକିଆ ସହ ୪ ଚକିଆ ସହ ଟ୍ରାକ୍ଟରର ବି ଦାମ ବଢିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି । ଫଳରେ କୃଷକଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି ହେବ । ଦେଶର ସବୁଠୁ ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକୀ ୩ ରୁ ୫ ପ୍ରତିଶତ ବଢାଇବାକୁ ନିଷ୍ପତ୍ତି ନେଇଛି । ପାଖାପାଖି ୪୭,୦୦୦ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ଦର । ସେହିଭଳି ନିଶାନ୍ କମ୍ପାନୀ ଗାଡିର ଦରବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।

ତେବେ ଗ୍ରାହକଙ୍କୁ ବଡ ଧକ୍କା ଲାଗିପାରେ ଏହା ଜାଣିବା ପରେ କି ହିରୋ କମ୍ପାନୀ ମଧ୍ୟ ନିଜର ୨ ଚକିଆ ଗାଡିର ଦର ପାଖାପାଖି ୨୫୦୦ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।ସେପଟେ କୃଷକଙ୍କ ଚିନ୍ତା ବି ଦ୍ୱିଗୁଣିତ ହେବାକୁ ଯାଉଛି । କୃଷି ଉପକରଣ ନିର୍ମାଣ କରୁଥିବା ଏସ୍କକର୍ଟ କମ୍ପାନୀ କହିଛି ଷ୍ଟିଲ ସମେତ ଅନ୍ୟ ଉପକରଣ ବି ଦାମ ବଢିଛି । ସେଥିପାଇଁ ଗାଡିର ଦାମ ବଢାଇବାକୁ ନିଷ୍ପତ୍ତି ନେଇଛି କମ୍ପାନୀ । ପୂର୍ବରୁ ବର୍ଷ ଆରମ୍ଭରୁ ଦୁଇ ଚକିଆ ଗାଡି ୪ ଚକିଆର ବି ଦାମ ବଢିଥିଲା । ଏବେ ପୁଣିଥରେ ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାକୁ ବଢାଇଦେଇଛି ।

Show More

Related Articles

Back to top button