ଦେଶ ବିଦେଶବାଣିଜ୍ୟ

ଚୀନକୁ ଝଟକା ଦେବାକୁ ଆପଲର ପ୍ରସ୍ତତି ଶେଷ !

ଏବେ କମ୍ପାନୀର ପ୍ରଥମ ପସନ୍ଦ ଭାରତ

ଆପଲ ନିଜର ଅନେକ କନଟ୍ରାକ୍ଟ ମ୍ୟାନୁଫେକଚରଙ୍କୁ ନିର୍ଦ୍ଦେଶ ଜାରି ଚୀନ ବାହାରେ ଉତ୍ପାଦନ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି । ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ଭାରତ ଏବଂ ଭିଏତନାମ ସେହି ଦେଶ ଗୁଡିକ ମଧ୍ୟରେ ଅଛନ୍ତି, ଯାହାକୁ କମ୍ପାନୀ ଚୀନର ବିକଳ୍ପ ରୂପେ ଦେଖୁଛି । ବର୍ତ୍ତମାନ ଆପଲର ବୈଶ୍ୱିକ ଉତ୍ପାଦନରେ ଏହି ଦେଶ ଗୁଡିକର ଯୋଗଦାନ ସାଧାରଣ ରହିଛି । ଏକ ଆକଳନ ଅନୁସାରେ ଇଣ୍ଡିପେଣ୍ଡେଣ୍ଟ କନଟ୍ରାକ୍ଟର ୯୦ ପ୍ରତିଶତରୁ ଅଧିକ ଆପଲ ଉତ୍ପାଦ iPhones, iPads ଏବଂ MacBook କମ୍ପ୍ୟୁଟର ନିର୍ମାଣର ଚୀନରେ ହୋଇଥାଏ।

ବିଶେଷଜ୍ଞଙ୍କ ଅନୁସାରେ, ଚୀନ ଉପରେ ଆପଲର ନିର୍ଭରତା ସମ୍ଭବତ ଏକ ବଡ଼ ବିପଦ ହୋଇପାରେ। ଏହା ପଛରେ ବେଜିଂର ଦାମନକାରୀ କମ୍ୟୁନିଷ୍ଟ ଶାସନ ଏବଂ ଆମେରିକା ସହ ଏହାର ସଂଘର୍ଷ ମୁଖ୍ୟ କାରଣ।

ତେବେ, ଏହି ମାମଲା ଉପରେ ଆପଲ ପକ୍ଷକୁ କୌଣସି ଅନୁଷ୍ଠାନିକ ବୟାନ ଆସିନାହିଁ। ଆପଲର ନିର୍ମାଣ ଯୋଜନା ସହ ଜଡିତ ସୂତ୍ର ଅନୁସାରେ, କମ୍ପାନୀ ବଡ ଜନସଂଖ୍ୟା ଏବଂ କମ ଖର୍ଚ୍ଚ କାରଣରୁ ଭାରତକୁ ଚୀନର ବିକଳ୍ପ ରୂପେ ଦେଖୁଛି।

ଏପ୍ରିଲରେ ଆପଲ ସିଇଓ ଟିମ କୁକ କହିଥିଲେ, ଆମର ଯୋଗାଣ ଶୃଙ୍ଖଳା ବାସ୍ତବରେ ବୈଶ୍ୱକ ଅଟେ। ଏଥିପାଇଁ ସବୁ ଜାଗାରେ ଉତ୍ପାଦ ନିର୍ମାଣ କରାଯାଉଛି। ୨୦୨୦ର ଆରମ୍ଭରେ କରୋନା ସାରା ବିଶ୍ୱରେ ବ୍ୟାପିବା ପୂର୍ବରୁ ଆପଲ ଚୀନଠାରୁ ନିଜକୁ ଦୂରେଇବାକୁ ପ୍ରସାୟ କରୁଥିଲା, କିନ୍ତୁ ମହାମାରୀ କମ୍ପାନୀର ଏହି ଇଚ୍ଛା ଉପରେ ରୋକ ଲଗାଇଥିଲା। ଅନ୍ୟପଟେ କରୋନା ଯୋଗୁଁ ଚୀନ ଲାଗୁ କରିଥିବା ପ୍ରତିବନ୍ଧକ ପାଇଁ କମ୍ପାନୀ ଗତ ଦୁଇ ବର୍ଷରେ କେବଳ କିଛି ଅଧିକାରୀ ଏବଂ ଇଞ୍ଜିନିୟର୍ସଙ୍କୁ ସେଠାକୁ ପଠାଇ ପାରିଛି । ଏହାପରେ ୨୦୨୧ରେ ବିଜୁଳି କାଟ୍ ଚୀନର ଉପରେ ନିର୍ଭରତାକୁ ଅଧିକ ଖରାପ କରିଛି।

Show More

Related Articles

Back to top button