ବାଣିଜ୍ୟ

ଗ୍ରାହକଙ୍କୁ ଜୋରଦାର ଝଟକା ଦେଲା Jio

୪୮୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେଲା ପ୍ଲାନ, ଦେଖନ୍ତୁ ପୂରା ଲିଷ୍ଟ

ଏୟାରଟେଲ୍ ଓ ଭୋଡାଫୋନ-ଆଇଡିଆ ନିଜର ପ୍ଲାନରେ ୫୦୦ ଟଙ୍କା ପର୍ଯ୍ୟନ୍ତ ବଢାଇ ନିଜର ଗ୍ରାହକଙ୍କୁ ଝଟକା ଦେଇଥିଲେ। ଏବେ ରିଲାଏନ୍ସ ଜିଓ ମଧ୍ୟ ନିଜର ଗ୍ରାହକଙ୍କୁ ଜୋରଦାର ଝଟକା ଦେଇଛି। ନିଜର କିଛି ବଛା ବଛା ପ୍ଲାନର ଦାମ ବଢାଇବାକୁ ଘୋଷଣା କରିଛି ଜିଓ। ଜିଓ ନିଜର କିଛି ଲୋକପ୍ରିୟ ପ୍ଲାନ ୪୮୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହି ନୂତନ ଦର ଡିସେମ୍ବର ୧ରୁ ଲାଗୁ ହେବ। ଏବେ ଆସନ୍ତୁ ଜାଣିବା ଏବେ ଗ୍ରାହକଙ୍କୁ କେଉଁ ପ୍ଲାନ ଉପରେ କେତେ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ।

୭୫ ଟଙ୍କିଆ ପ୍ଲାନ, ହେଲା ୯୧ ଟଙ୍କା, ବଢିଲା ୧୬ ଟଙ୍କା

ଜିଓଫୋନର ୭୫ ଟଙ୍କିଆ ପ୍ଲାନ ପାଇଁ ଡିସେମ୍ବର ୧ରୁ ଗ୍ରାହକଙ୍କୁ ୧୬ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ। ଅର୍ଥାତ ୨୮ ଦିନର ବୈଧତା ସହ ଏହି ପ୍ଲାନ ପାଇଁ ଏବେ ଗ୍ରାହକଙ୍କୁ ୯୧ ଟଙ୍କା ଦେବାକୁ ପଡିବ।

୧୨୯ ଟଙ୍କିଆ ପ୍ୟାକ୍, ହେଲା ୧୫୫ ଟଙ୍କା, ବଢିଲା ୨୬ ଟଙ୍କା

୨୮ ଦିନିଆ ବୈଧତାର ଏହି ପ୍ଲାନ ୧୨୯ ଟଙ୍କାରୁ ବୃଦ୍ଧି ଘଟି ୧୫୫ ଟଙ୍କା ହୋଇଛି। ଏହି ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ପ୍ରତିଦିନ ୨ ଜିବି ଡାଟା, ଅସୀମିତ କଲ୍ ଏବଂ ମୋଟ୍ ୩୦୦ ଏସଏମଏସ ମିଳିବ।

୧୪୯ ଟଙ୍କିଆ ପ୍ଲାନ, ହେଲା ୧୭୯, ବଢିଲା ୩୦ ଟଙ୍କା

୨୪ ଦିନିଆ ଭାଲିଡିଟି ସହ ୧୪୯ ଟଙ୍କା ପ୍ୟାକ୍ ଏବେ ୧୭୯ ଟଙ୍କା ହୋଇ ଯାଇଛି। ପ୍ଲାନରେ ୨୪ ଦିନ ପାଇଁ ଗ୍ରାହକଙ୍କୁ ଡେଲି ୧ ଜିବି ଡାଟା, ଅସୀମିତ ଭଏସ କଲ୍ ଏବଂ ପ୍ରତିଦିନ ୧୦୦ ଏସଏମଏସ ମିଳିବ।

୧୯୯ ଟଙ୍କିଆ ପ୍ୟାକ୍, ହେଲା ୨୩୯ ଟଙ୍କା, ୪୦ ଟଙ୍କା

୨୮ ଦିନିଆ ବୈଧତାର ଏହି ପ୍ଲାନ ୧୯୯ ଟଙ୍କା ଥିଲା। ଯାହା ଏବେ ୨୩୯ ଟଙ୍କାକୁ ବୃଦ୍ଧି ଘଟିଛି। ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ପ୍ରତିଦିନ ୧.୫ ଜିବି ଡାଟା, ଅସୀମିତ ଭଏସ କଲ ଏବଂ ପ୍ରତିଦିନ ୧୦୦ ଏସଏମଏସ ମିଳିବ।

୨୪୯ ଟଙ୍କିଆ ପ୍ୟାକ୍, ହେଲା ୨୯୯ ଟଙ୍କା, ବଢିଲା ୫୦ ଟଙ୍କା

୨୮ ଦିନିଆ ବୈଧତା ବିଶିଷ୍ଟ ପ୍ଲାନ ୨୪୯ ଟଙ୍କାରୁ ୨୯୯ ଟଙ୍କାକୁ ବୃଦ୍ଧି ଘଟିଛି। ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା, ଅସୀମିତ ଭଏସ କଲ୍ ଏବଂ ପ୍ରତିଦିନ ୧୦୦ ଏସଏମଏସ ମିଳିବ।

୩୯୯ ଟଙ୍କିଆ ପ୍ୟାକ୍, ହେଲା ୪୭୯ ଟଙ୍କା, ବଢିଲା ୮୦ ଟଙ୍କା

ଜିଓର ୫୬ ଦିନିଆ ପ୍ଲାନ୍‌ ୩୯୯ ଟଙ୍କାରୁ ବଢି ୪୭୯ ଟଙ୍କାରେ ପହଞ୍ଚିଛି। ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା, ଅସୀମିତ ଭଏସ୍ କଲ ସହିତ ପ୍ରତିଦିନ ୧୦୦ ଏସଏମଏସ ମିଳିବ।

୪୪୪ ଟଙ୍କିଆ ପ୍ୟାକ୍, ହେଲା ୫୩୩ ଟଙ୍କା, ବଢିଲା ୮୯ ଟଙ୍କା

୫୬ ଦିନିଆ ବୈଧତାର ପ୍ଲାନ ୪୪୪ ଟଙ୍କାରୁ ବଢି ୫୩୩ ହୋଇଛି। ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା, ଅସୀମିତ ଭଏସ କଲ୍ ଏବଂ ପ୍ରତିଦିନ ୧୦୦ ଏସଏମଏସ।

୩୨୯ ଟଙ୍କିଆ ପ୍ୟାକ୍, ହେଲା ୩୯୫ ଟଙ୍କା, ବଢିଲା ୬୬ ଟଙ୍କା

୮୪ ଦିନିଆ ୩୨୯ ଟଙ୍କିଆ ପ୍ଲାନ ବଢି ହେଲା ୩୯୫ ଟଙ୍କା। ପ୍ଲାନରେ ମୋଟ୍ ୬ ଜିବି ଡାଟା, ଅସୀମିତ ଭଏସ କଲ୍ ଏବଂ ମୋଟ୍ ୧୦୦୦ ଏସଏମଏସ।

୫୫୫ ଟଙ୍କିଆ ପ୍ୟାକ୍, ହେଲା ୬୬୬ ଟଙ୍କା, ବଢିଲା ୧୧୧ ଟଙ୍କା

୮୪ ଦିନିଆ ପ୍ଲାନ ପାଇଁ ଏବେ ୫୫୫ ଟଙ୍କା ନୁହେଁ ୬୬୬ ଟଙ୍କା ଦେବାକୁ ହେବ। ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା, ଅସୀମିତ ଭଏସ୍ କଲ ଏବଂ ପ୍ରତିଦିନ ୧୦୦ ଏସଏମଏସ ମିଳିବ।

୫୯୯ ଟଙ୍କିଆ ପ୍ୟାକ୍‌ରେ, ୧୨୦ ଟଙ୍କା ବୃଦ୍ଧି

୮୪ ଦିନିଆ ବୈଧତାର ଏହି ପ୍ଲାନ ୫୯୯ ଟଙ୍କାରୁ ବଢି ୭୧୯ ଟଙ୍କା ହୋଇଛି। ଏହି ପ୍ଲାନରେ ଗ୍ରାହକଙ୍କୁ ୮୪ ଦିନ ପାଇଁ ପ୍ରତିଦିନ ୨ ଜିବି ଡାଟା, ଅସୀମିତ ଭଏସ କଲ୍ ଏବଂ ପ୍ରତିଦିନ ୧୦୦ ଏସଏମଏସ ମିଳିବ।

୧୨୯୯ ଟଙ୍କିଆ ପ୍ୟାକ୍, ହେଲା ୧୫୫୯ ଟଙ୍କା, ବଢିଲା ୨୬୦ ଟଙ୍କା

୮୪ ଦିନିଆ ଏହି ପ୍ଲାନ ୧୨୯୯ ଟଙ୍କାରୁ ବଢି ୧୫୫୯ ଟଙ୍କାରେ ପହଞ୍ଚିଛି। ଏହି ପ୍ଲାନରେ ଗ୍ରାହକଙ୍କୁ ମୋଟ୍ ୨୪ ଜିବି ଡାଟା, ଅସୀମିତ ଭଏସ କଲ ଏବଂ ମୋଟ୍ ୩୬୦୦ ଏସଏମଏସ ମିଳିବ।

Show More

Related Articles

Back to top button