ସ୍ୱାସ୍ଥ୍ୟ

ନିଜର ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ସକାଳ ଜଳଖିଆରେ ଏହି ସବୁ ଖାଦ୍ୟକୁ ଖାଆନ୍ତୁ

ବର୍ତ୍ତମାନ କରୋନା ମହାମାରୀ ଚାଲିଥିବା ବେଳେ ସବୁଠୁ ମହତ୍ୱପୂର୍ଣ୍ଣ କଥା ହେଲା ଆମେ କରୋନା ସହିତ କିପରି ଲଢ଼ିବା ,ସେଥିପାଇଁ ଆମର ରୋଗ ପ୍ରତିରୋଧକ କ୍ଷମତା ଦୃଢ ରହିବ ଆବଶ୍ୟକ l କାରଣ ଦୁର୍ବଳ ରୋଗ ପ୍ରତିରୋଧ ଥିବା ଲୋକ ମାନଙ୍କୁ ଶୀଘ୍ର କରୋନା ଆକ୍ରମଣ କରିପାରେ

ଗବେଷକ ମାନଙ୍କ ମତରେ ସନ୍ତୁଳିତ ଆହାର ଉପରେ ଆମ ଶରୀର ନିର୍ଭର କରିଥାଏ l ଆମେ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସକାଳର ଜଳଖିଅକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଗବେଷକ ମାନେ କହିଛନ୍ତି l ଆସନ୍ତୁ ଜାଣିବା ସବୁଜ ପନିପରିବା ଓ ଫଳ ସହିତ ଆଉସବୁ କଣ ଖାଇବା ଆବଶ୍ୟକ l

* ଯଦି ଆପଣ ଏହି ସମୟରେ ସକାଳୁ ଉଠି ଜଳଖିଆରେ ଓଟ୍ସ ଖାଉଛନ୍ତି ତେବେ ଶରୀର ପାଇଁ ଖୁବ ହିତକାରବ l ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତା କୁ ବଢ଼ିଥାଏ l ଏଥିରେ ଫାଇବରର ଭରପୁର ମାତ୍ରା ରହିଛି l ଆପଣ ଏଥିରେ ଚାହିଁଲେ ବିଭିନ୍ନ ପାରିବ ମଧ୍ୟ ମିଶାଇ ଖାଇ ପାରିବେ l

* ଜଳଖିଆରେ ପାଚିଲା ଅମୃତ ଭଣ୍ଡ ଖାଇବା ଖୁବ ହିତକର ଅଟେ l ଏହା ଆମର ପେଟକୁ ସଫା ରଖିବା ସହିତ ଏଥିରେ ଭିଟାମିନ-ସି ମଧ୍ୟ ରହିଛି ଏବଂ ଭିଟାମିନ-ବି ,ଫୋଲଡ ଓ ପୋଟାସିୟମର ଭଲ ମାତ୍ରା ରହିଛି l ଅମୃତ ଭଣ୍ଡାରେ ଅଟେ ଗୁଡିଏ ପୋଷକତତ୍ୱ ରହିଥିବା କାରଣରୁ ରୋଗ ପ୍ରତିରୋଧକ କ୍ଷମତା ବଢି଼ଥାଏ l

* ବର୍ତମାନ ଗ୍ରୀଷ୍ମ ଋତୁ ଚାଲିଛହି ତା ସହିତ କରୋନାର କାୟା l ସେଥିପାଇଁ ନିଜର ରୋଗ ପ୍ରତିରୋଧକ କ୍ଷମତା ନିହାତି ବଢାଇବା ଆବଶ୍ୟକ l ତେଣୁ ଗବେଷକ ମାନଙ୍କ ମତରେ ଦହି ହେଉଛି ଏହାର ଗୋଟିଏ ଭଲ ସ୍ରୋତ l ସକାଳ ଜଳଖିଆରେ ଦାହିକୁ ସାମିଲ କରନ୍ତୁ l

* ଜଳଖିଆ ଆପଣ ଯାହାବି ଖାନ୍ତୁନା କାହିଁକି ସେଥିରେ ମିଠା ଅଁଳା ଖାଇବା ଲାଭ ଦାୟକ l ଏହା ପେଟ ,ତ୍ୱଚା ଓ କେଶ ପାଇଁ ଗୁଣକାରୀ ହେବ ସହିତ ଭିଟାମିନ ସି ରହିଥିବା କାରଣରୁ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ l ତେଣୁ ଗବେଷକ ମାନଙ୍କ ମତରେ ସକାଳ ଜଳଖିଆରେ ମିଠା ଅଁଳା ଖାଇବା ଉଚିତ l

Show More

Related Articles

Back to top button