ଜୀବନଚର୍ଯ୍ୟାଦେଶ ବିଦେଶ

ଯଦି କେହି ଘରେ ସବୁବେଳେ ଅସୁସ୍ଥ ରହୁଛନ୍ତି : ତେବେ ଏହି ବସ୍ତୁ ଉପାୟକୁ ଅବଲମ୍ବନ କରନ୍ତୁ

ସୁସ୍ଥ ଶରୀର ମଣିଷର ସବୁଠୁ ବଡ଼ ପୁଞ୍ଜି ଲମଣିଷ ଯଦି ସୁସ୍ଥ ଅଛି ତେବେ ସେ ସଂସାରରେ ସୁଖର ଜୀବନ ବିତାଇ ଥାଏ ଓ ଯଦି ଅସୁସ୍ଥ ରୁହେ ତେବେ ତା ଜୀବନର ସମସ୍ତ ସୁଖ ସୁବିଧା ବ୍ୟର୍ଥ ହୋଇଥାଏ ଲବେଳେବେଳେ ଏପରି ହୋଇଥାଏ ଘରର କୌଣସି ସଦସ୍ୟଙ୍କୁ ଦୀର୍ଘ ଦିନ ଧରି ରୋଗରେ ଆକ୍ରାନ୍ତ ରହିବାର ଦେଖା ଦେଇଥାଏ ଲଜେତେ ଉପାୟ କଲେ ମଧ୍ୟ ଦୂର ହୋଇନଥାଏ

ଶାସ୍ତ୍ର ଅନୁସାରେ ଏହାକୁ ବେଳେବେଳେ ବସ୍ତୁ ଦୋଷ ବୋଲି କୁହାଯାଏ l ଆସନ୍ତୁ ଜାଣିବା କଣ ରହିଛି କାରଣ l

* ଘରର ବିପରୀତ ଦିଗରେ ଉଭୟ କାନ୍ଥରେ ଝରକା ରହିବ ଅଶୁଭ ହୋଇଥାଏ l ଏଭଳି ଝରକା ରହିବ ଦ୍ୱାରା ବାସ୍ତୁଶାସ୍ତ୍ରରେ ଅଶୁଭ ସଂକେତର ଲକ୍ଷଣ ବୋଲି କୁହାଯାଏ l ଯଦି ଏପରି ଝରକା ରହିଛି ତେବେ ଆପଣ ଝରକା ଉପରେ କୌଣସି ଗଛ ରଖି ପାରିବେ ,କିନ୍ତୁ ତାହା କଣ୍ଟା ଯୁକ୍ତଗଛ ହୋଇନଥିବା ଆବଶ୍ୟକ l

* ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ଵାରର କବାଟ ଭାଙ୍ଗି ନଥିବା ବଶ୍ୟକ ,ଯଦି ଏପରି କବାଟ ରହିଛି ତେବେ ଏହାର ପ୍ରଭାବ ଘରର ମୁରବୀଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ l ସେଥିପାଇଁ ଘରର ମୁଖ୍ୟ ଦ୍ଵାରର ସ୍ଥିତି ସବୁବେଳେ ଠିକ ରହିବ ଆବଶ୍ୟକ l

* ଘରେ ଯଦି କୌଣସି ବ୍ୟକ୍ତି ଅସୁସ୍ଥ ଅଛି ତେବେ ଘରର ମୁଖ୍ୟଦ୍ଵାର ଓ ପଛପଟ ଦ୍ୱାରରେ ଧୂପ ଓ ଦୀପ ଦେବା ଆବଶ୍ୟକ l ଏହା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ l

* ଯଦି ଆପଣଙ୍କ ଘରର କୌଣସି ସଦସ୍ୟଙ୍କ ଦେହ ଅସୁସ୍ଥ ରହିଛି ତେବେ ଏହି କଥାର ଧ୍ୟାନ ରଖନ୍ତୁ କି ଆପଣଙ୍କ ଘରର କୋଣ ,କାନ୍ଥରେ ବୁଢିଆଣୀ ଜାଲ ହେବ ଉଚିତ ନୁହେଁ l ଏହା ଦ୍ୱାରା ରୋଗୀର ମାନସିକ ସ୍ଥିତି ଖରାପ ହୋଇଥାଏ l

* ଘରର ମୁଖ୍ୟ ଦ୍ୱାର ଆଗରେ ଯଦି ଅସନା ରୁହେ ତେବେ ପରିବାରର ଯେକୌଣସି ସଦସ୍ୟଙ୍କ ଦେହ ଅସୁସ୍ଥ ରହିଥାଏ l ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ l

* ଯେଉଁ ସଦସ୍ୟ ଅସୁସ୍ଥ ରହୁଛନ୍ତି ତାଙ୍କ କୋଠରୀରେ ଠାକୁରଙ୍କର ଫଟୋ ଲଗାନ୍ତୁ ,ଯେପରି ତାର ମୁହଁ ଦକ୍ଷିଣ ଦିଗକୁ ରହିବ ଏବଂ ସକାରାତ୍ମକ ଶକ୍ତି ଘରକୁ ଆସିବ l

Show More

Related Articles

Back to top button