Breaking PLUSମୁଖ୍ୟ ଖବର

ବିଜୟ ପାଣିଗ୍ରାହୀ: ସେକେଣ୍ଡ ଡୋଜ୍ ଟିକାକରଣ ପାଇଁ ଟିକା ନାହିଁ, କେନ୍ଦ୍ର ସରକାରଙ୍କ ସହ ଚାଲିଛି ଆଲୋଚନା

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି

ରାଜ୍ୟରେ ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ଗୁରୁବାର ୨୮୮ କେନ୍ଦ୍ରରେ ୨୭,୬୦୨ ଜଣଙ୍କୁ ଟିକା ଦିଆଯାଇଛି । ମୋଟ୍ ୫୭ଲକ୍ଷ ୭୬ ହଜାର ୩୭୧ ଜଣଙ୍କୁ ଦିଆଯାଇଛି । ଶୁକ୍ରବାର ୩୯୨ କେନ୍ଦ୍ରରେ ଟିକାକରଣ ଜାରି ରହିଛି । ୫ଟି ସ୍ଥାନରେ ଟିକାକରଣ ବନ୍ଦ ରହିଛି । ବୌଦ୍ଧ, ଝାରସୁଗୁଡା, କୋରାପୁଟ, ସୋନପୁର, ସମ୍ବଲପୁରରେ ବନ୍ଦ ରହିଛି ଟିକାକରଣ । ବର୍ତ୍ତମାନ ୧ ଲକ୍ଷ ୬ ହଜାର ୩୬୦ କିଭିସିଲ୍ଡ ଓ କୋଭାକ୍ସିନ୍ ୩ ଲକ୍ଷ ୩୪ ହଜାର ୫୦୦ ଟିକା ଅଛି ।

୧୮ ବର୍ଷରୁ ୪୪ ବର୍ଷ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଶୁକ୍ରବାର କିଛି କୋଭାକ୍ସିନ୍ ଟିକା ଆସିବ । ଶନିବାର ଓ ରବିବାର ସଟଡାଉନ ଥିବାରୁ ଟିକାକରଣ ବନ୍ଦ ରହିବ । ସୋମବାରରୁ ପୁନର୍ବାର ଟିକାକରଣ ଆରମ୍ଭ ହେବ । ଟିକା ଆସିବା ପରେ ସ୍ଥିର ହେବ କେବେ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ସେକେଣ୍ଡ ଡୋଜ୍ ଦେବା ପାଇଁ ବି ଟିକା ନାହିଁ । କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି । ସେକେଣ୍ଡ ଡୋଜ୍ ପାଇଁ ୬ ଲକ୍ଷ ଟିକା ଆବଶ୍ୟକ । ଆଜି ଚିଠି ଲେଖିବୁ ଅଗ୍ରାଧିକାର ଭିତ୍ତିରେ ସେକେଣ୍ଡ ଡୋଜ୍ ଦେବାକୁ ।

Show More

Related Articles

Back to top button