ସ୍ୱାସ୍ଥ୍ୟ

ବୃଦ୍ଧ ବୟସ ପର୍ଯ୍ୟନ୍ତ ନିଜ ହାଡ଼କୁ ମଜବୁତ ଓ ସୁସ୍ଥ ରଖିବା ପାଇଁ ଏହିସବୁ ଖରାପ ଅଭ୍ୟାସ ଠାରୁ ଦୁରେଇ ରୁହନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ ବୟସ ଅନୁସାରେ ସଠିକ ଖାଦ୍ୟ ଖାଇବା ଆବଶ୍ୟକ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମାତ୍ର ୨୫ବର୍ଷ ପର୍ଯ୍ୟନ୍ତ ହାଡ଼ ମଜବୁତ ରହିଥାଏ l ୩୫ ବର୍ଷ ପରେ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ l

ଧୀରେ ଧୀରେ ଶରୀରରେ କ୍ୟାଲସିୟମ କମିବାକୁ ଲାଗିଥାଏ l ଯାହାର ପ୍ରଭାବ ହାଡ଼ ଦାନ୍ତ ଉପରେ ପଡିଥାଏ l କ୍ୟାଲସିୟମ ଅଭାବରୁ ଆପଣ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ପାରନ୍ତି lଛୋଟ ପିଲାଙ୍କ ଶରୀରରେ ହାଡ଼ ର ବିକାଶ କରିବା ପାଇଁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ ଓ ଭିଟାମିନ ଡି ର ସଠିକ ମାତ୍ର ମଧ୍ୟ ଦେବା ଉଚିତ l ଭିଟାମିନ ଡି କ୍ୟାଲସିୟମ କୁ ସଠିକ ମାତ୍ରାରେ ଶରୀରରେ ପହଞ୍ଚାଇବା ପାଇଁ କାମ କରିଥାଏ l ସେଥିପାଇଁ ଆପଣଙ୍କୁ କିଛିଟା ଖରାପ ଅଭ୍ୟାସ କୁ ଦୂର କରିବା ଉଚିତ l

ହାଡ଼କୁ ମଜବୁତ କରିବା ପାଇଁ ଏହିସବୁ ଅଭ୍ୟାସ ଠାରୁ ଦୁରେଇ ରୁହନ୍ତୁ –
* ପ୍ରୋଟିନ ସୀମିତ ମାତ୍ରାରେ ସେବନ କରିବା ଉଚିତ – ହାଡ଼କୁ ମଜବୁତ କରିବା ପାଇଁ ପ୍ରୋଟିନ ସୀମିତ ମାତ୍ରାରେ ସେବନ କରିବା ଉଚିତ l ଅଧିକ ମାତ୍ରାରେ ପ୍ରୋଟିନ ସେବନ କରିବା ଦ୍ୱାରା ଏସିଡ଼ିଟି ହୋଇଥାଏ ଓ କ୍ୟାଲସିୟମ ପରିସ୍ରା ଜରିଆରେ ଶରୀରରୁ ବାହାରି ଯାଇ ଥାଏ l ଅଧିକ ପ୍ରୋଟିନ ସେବନ ହାଡ଼କୁ କ୍ଷତି କରିଥାଏ l

* ଏସିଡ଼ିଟି ଔଷଧ କମ ଖାଇବା ଆବଶ୍ୟକ – ଏସିଡ଼ିଟି ଔଷଧ ଅଧିକ ଖାଇଲେ ଶରୀରରେ କମ ପରିମାଣ ର ଏସିଡ ସକ୍ରିୟ ହୋଇଥାଏ l ଯେବେକି କ୍ୟାଲସିୟମ , ମଗ୍ନେଶୀୟମ ଓ ଜିଙ୍କ ଭଳି ଖଣିଜ ପଦାର୍ଥ କୁ ଅବଶୋସିତ କରିବା ପାଇଁ ଏସିଡ ଆବଶ୍ୟକ ହୋଇଥାଏ l

* କାଫିନ ଠାରୁ ଦୁରେଇ ରୁହନ୍ତୁ – ହାଡ଼କୁ ମଜବୁତ କରିବା ପାଇଁ ଆପଣଙ୍କୁ କାଫିନ ଠାରୁ ଦୁରେଇ ରହିବା ଆବଶ୍ୟକ l କାଫିନ ସେବନ କରୁଥିବା ବ୍ୟକ୍ତିଙ୍କୁ କ୍ୟାଲସିୟମ ଅଧିକ ଆବଶ୍ୟକ ହୋଇଥାଏ l

* ଚିନ୍ତା ଠାରୁ ଦୁରେଇ ରହିବା ଆବଶ୍ୟକ – ହାଡ଼କୁ ସୁସ୍ଥ ରଖିବା ପାଇଁ ଅଧିକ ଚିନ୍ତା ଠିକ ନୁହେଁ l ଏହାଦ୍ୱାରା ହାଡ଼ କ୍ଷତି ଗ୍ରସ୍ତ ହୋଇଥାଏ l ଷ୍ଟ୍ରେସ କାରଣରୁ କାର୍ତିସୋଲ ହର୍ମୋନ ବଢିଥାଏ , ଯେଉଁ କାରଣରୁ ବ୍ଲଡ଼ ସୁଗାର ସ୍ତର ବଢିଥାଏ l ଏହି କାରଣରୁ ଝାଡା ଓ ପରିସ୍ରା ସାହାଯ୍ୟରେ କ୍ୟାଲସିୟମ ଶରୀରରୁ ବାହାରି ଯାଇଥାଏ l

କ୍ୟାଲସିୟମ କମିବା ଦ୍ୱାରା ଅଷ୍ଟ୍ରିୟ ପରୋସିସ , କୋଲନ କ୍ୟାନ୍ସର ,ହାର୍ଟ ସମସ୍ୟା ,ହାଇ ବ୍ଲଡ଼ ପ୍ରେସର ସମସ୍ୟା ଦେଖାଦିଏ l

Show More

Related Articles

Back to top button