ଓଡ଼ିଶାବିଧାନସଭା

ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ

ଆଜି ବିଧାନସଭା ମୌସୁମୀ ଅଧିବେଶନର ଥିଲା ଶେଷ ଦିନ । ଗତ କାଲି ଖଣି ଦୁର୍ନୀତି ପ୍ରସଙ୍ଗ କୁ ନେଇ ବିରୋଧୀ ତାତି ଥିବାବେଳେ ଆଜି ମଧ୍ୟ ଖଣି ଦୁର୍ନୀତି ସହ କୁଜଙ୍ଗର ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ହୋ ହାଲ୍ଲା କରିଥିଲେ ବିରୋଧୀ ସଦସ୍ୟ । ଏହାପରେ ଗୃହକୁ ପ୍ରଥମେ ସାଢେ ୧୧ଟା ଓ ପରେ ୪ଟା ଯାଏଁ ମୁଲତବି କରାଯାଇଥିଲା । ଏହି ହଟ୍ଟଗୋଳ ଭିତରେ ବି ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାନସଭାରେ ଏହି ସିଏଜି ରିପୋର୍ଟକୁ ଉପସ୍ଥାପିତ କରିଛନ୍ତି । ଉଚ୍ଚଶିକ୍ଷା ଫଳାଫଳ, ଆର୍ଥିକ କ୍ଷେତ୍ର ଉପରେ ଏହି ସିଏଜି ରିପୋର୍ଟକୁ ଉପସ୍ଥାପିତ କରାଯାଇଛି ।

ତାସହ, ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦ ପ୍ରତିଶତ ଉପରେ ରଖିବା ନେଇ ବିଧାନସଭାରେ ସଙ୍କଳ୍ପ ଆସିଛି । ଏନେଇ ଆଜି ବିଧାନସଭାରେ ରାଜ୍ୟ ସରକାର ସଙ୍କଳ୍ପ ଆଣିଛନ୍ତି । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ଏହି ସଙ୍କଳ୍ପକୁ ଆଣିଛନ୍ତି ।

 

Show More

Related Articles

Back to top button