Breaking PLUSଦେଶମୁଖ୍ୟ ଖବର

ପଶ୍ଚିମବଙ୍ଗରେ ସମସ୍ତ 42ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ତୃଣମୂଳ

କୋଲକାତା, 10 ମାର୍ଚ୍ଚ-ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ରାଜ୍ୟର ସମସ୍ତ 42ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କୋଲକାତାର ବ୍ରିଗେଡ ପରେଡ ମୈଦାନରେ ଜନସଭା ସମୟରେ ପାର୍ଟି ପ୍ରମୁଖ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।
ଚଳିତ ଥର ଅନେକ ସାଂସଦଙ୍କ ଟିକେଟ କଟିଛି । ଏଥିରେ ପ୍ରମୁଖ ନାମ ବୈରକପୁରରୁ ଏବେର ସାଂସଦ ଅର୍ଜୁନ ସିଂହଙ୍କ ନାମ ରହିଛି । 2019 ଲୋକସଭା ନିର୍ବାଚନରେ ବିଜେପି ଟିକଟରେ ବିଜୟ ହାସଲ କରିବା ପରେ ସେ ତୃଣମୂଳ କଂଗ୍ରେସର ସଦସ୍ୟତା ଗ୍ରହଣ କରିଥିଲା । ଏହା ବ୍ୟତୀତ ବସିରହାଟରୁ ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଁଙ୍କ ଟିକଟ କଟିଛି । ଜାଭେଦପୁରରୁ ସାଂସଦ ଥିବା ମିମି ଚକ୍ରବର୍ତ୍ତୀଙ୍କୁ ବି ମିଳିନି ଟିକେଟ ।

Show More

Related Articles

Back to top button