ମନୋରଞ୍ଜନ

ଟିପ୍ ଟିପ୍ ବର୍ଷା ପାଣିରେ ଜମୁଛି ଅକ୍ଷୟ ଓ କ୍ୟାଟ୍ରିନାଙ୍କ କେମେଷ୍ଟ୍ରି…

କ୍ୟାଟ୍ରିନା କୈଫ୍ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ସୂର୍ଯବଂଶୀ ନଭେମ୍ବର ୫ ତାରିଖରେ ରିଲିଜ୍ ହୋଇଯାଇଛି। ଫିଲ୍ମର ପ୍ରଥମ ଦିନରେ ୨୬ କୋଟିର ଧମାଲ ଓପେନିଙ୍ଗ ହୋଇଛି ।

ଫିଲ୍ମ ମେକର୍ସମାନେ ଆଜି ଏହାର ଚତୁର୍ଥ ଗୀତକୁ ଲଞ୍ଚ କରିଛନ୍ତି। ଏହି ଗୀତଟି ରିମେକ୍‌ କରାଯାଇଛି । ଯାହାର ନାମ ହେଉଛି ‘ଟିପ୍ ଟିପ୍ ବରଷା ପାଣି’। ପ୍ରଥମେ ଏହାକୁ ୟୁଟ୍ୟୁବରେ ରିଲିଜ୍ କରାଯାଇଛି। ଏହା ଉପରେ ଲକ୍ଷ ଲକ୍ଷ ଭିୟୁର୍ସ ଦେଖିବାକୁ ମିଳିଛି । ଗୀତରେ କ୍ୟାଟ୍ରିନା ଓ ଅକ୍ଷୟଙ୍କ କେମେଷ୍ଟ୍ରୀକୁ ଲୋକେ ଖୁବ ପସନ୍ଦ କରୁଛନ୍ତି, ହେଲେ ଏହି ଗୀତ୍ ୯୦ ଦଶକରେ ଆସିଥିବା ‘ମୋହରା’ ଫିଲ୍ମର ‘ଟିପ୍ ଟିପ୍ ବର୍ଷା ପାଣି’ ର ରିମେକ୍ ଗୀତ।

ଏହି ଗୀତକୁ ଅକ୍ଷୟ କୁମାର ଓ ରବୀନା ଟଣ୍ଡନଙ୍କ ଉପରେ ଚିତ୍ରିତ କରାଯାଇଥିଲା। ଏହି ଗୀତରେ ରନୀନା ଟଣ୍ଡନ୍ ମଧ୍ୟ ନିଜର ଆକର୍ଷଣ ଅଙ୍ଗ ଭଙ୍ଗୀ ଦେଖେଇଥିଲେ। ସେତେବେଳେ ବି ଅକ୍ଷୟଙ୍କ ସହିତ ତାଙ୍କ ଯୋଡି ଜମିଥିଲା। କିନ୍ତୁ ଏହି ଗୀତରେ କ୍ୟାଟ୍ରିନାଙ୍କ ସିଜିଲିଙ୍ଗ ଷ୍ଟାଇଲ୍ ସେକ୍ସି ଲୁକ୍‌ ଦର୍ଶକଙ୍କୁ ପାଗଳ କରୁଛି। ତେବେ କ୍ୟାଟ୍ରିନା ବର୍ଷାରେ ଭିଜୁଥିବା ବେଳେ ତାଙ୍କ ଅଣ୍ଟା ଭଙ୍ଗୀ, ତାଙ୍କ କେଶ ଛଟା ବର୍ଷା ପାଣିରେ ବି ନିଆଁ ଲଗାଉଛି। ଅକ୍ଷୟ କୁମାର ମଧ୍ୟ କ୍ୟାଟ୍ରିନାଙ୍କ କେମେଷ୍ଟ୍ରୀ ଜମୁଛି । ଏହି ଗୀତକୁ ଅକ୍ଷୟ କୁମାର ସେୟାର କରି ଲେଖିଛନ୍ତି ଯେ “ସୂର୍ଯ୍ୟବଂଶୀ ର ଟିପ୍ ଟିପ୍ ବର୍ଷା ପାଣି ଗୀତ ଲଞ୍ଜ ହୋଇଯାଇଛି”। ଏହି ଗୀତର ମ୍ୟୁଜିକ୍ ବିଜୁ ଶାହ କମ୍ପୋଜ୍ କରିଥିବା ବେଳେ ତନିଷ୍କ ବାଗ୍‌ଚୀ ଏହାକୁ ରିକ୍ରିଏଟ୍ କରିଛନ୍ତି। ଗୀତକୁ ଆନନ୍ଦ ବକ୍ସୀ ଓ ତନିଷ୍କ ବାଗଚୀ ଲେଖିଛନ୍ତି। ଗୀତକୁ ଉଦିତ୍ ନାରାୟଣ ଓ ଅଲକା ୟାଗନିକ୍ ବୋଲିଛନ୍ତି। ‘ଟିପ୍ ଟିପ୍ ବରଷା ପାଣି’ର ମୂଳ ଗୀତକୁ ଲୋକେ ଏତେ ପସନ୍ଦ କରିଥିଲେ ଯେ ଯାହା ଅଲ୍ ଟାଇମ୍ ସୁପରହିଟ ତାଲିକା ଅଛି। ଏହି ଗୀତକୁ ନେଇ ଲୋକେ ଯେଉଁଭଳି ପ୍ରତିକ୍ରିୟା ଦେଉଛନ୍ତି ଏହାକୁ ଦେଖି କୁହାଯିବ ଯେ କ୍ୟାଟ୍ରିନା ନିଜ ଭଙ୍ଗୀରେ ରବୀନା ଟଣ୍ଡନଙ୍କୁ କଡା ଟକ୍କର ଦେଉଛନ୍ତି। ତେବେ ଫିଲ୍ମ ସୂର୍ଯ୍ୟବଂଶୀ ସାରା ଦେଶରେ ୪ ହଜାର ସ୍କ୍ରିନ୍‌ରେ ରିଲିଜ୍ ହୋଇଥିବା ବେଳେ ସାରା ବିଶ୍ୱରେ ୫୨୦୦ ସ୍କ୍ରିନ୍‌ରେ ରିଲିଜ୍ ହୋଇଛି।

Show More

Related Articles

Back to top button