ଓଡ଼ିଶା

ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ହେବ RTPCR ଟେଷ୍ଟ ଲ୍ୟାବ୍

ପୂର୍ବରୁ ୧୪ ଜିଲ୍ଲାରେ ରହିଛି

କରୋନା ସଂକ୍ରମଣକୁ ୨୦-୨୦ ଗେମ୍ ଭାବେ ଦେଖନ୍ତୁନି । କ୍ରମାଗତ ଭାବେ ଗ୍ରାଫ୍ ଦେଖିଲେ ଜାଣିପାରିବେ ସଂକ୍ରମଣ କମୁଛି । ଯେଉଁ ଜିଲ୍ଲାରେ ଆଗରୁ ଅଧିକ ଆକ୍ରାନ୍ତ ବାହାରିଥିଲେ, ଏବେ ଢେର କମିଗଲାଣି । ଆତଙ୍କିତ ହେଲା ଭଳି ଅବସ୍ଥା ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।ସେ ଆହୁରି କହିଛନ୍ତି ଯେ, ଜିନମ ସିକ୍ବେନସିଂ କାମ ଚାଲିଛି । ମୋଟ୍ ପଜିଟିଭ ମାମଲାରୁ ପାଖାପାଖି ୧୦% ନମୁନା ILSକୁ ପଠାଇବା ଲାଗି ସବୁ ସେଣ୍ଟିନେଲ ସାଇଟ୍ ଓ ଲାବୋରେଟୋରୀକୁ କୁହାଯାଇଛି । ସେମାନେ ପଠାଉଛନ୍ତି । ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ RTPCR ଟେଷ୍ଟ ଲ୍ୟାବ କାର୍ଯ୍ୟକ୍ଷମ ହେବ । ଏବେ ୧୪ ଜିଲ୍ଲାରେ RTPCR ଟେଷ୍ଟ ଲ୍ୟାବ ଥିଲା । ଆଉ ୧୬ ଜିଲ୍ଲାରେ ଲ୍ୟାବ ସ୍ଥାପନ ଲାଗି ଟେଣ୍ଡର ଦିଆସରିଛି । BSL2 ଲାବୋରେଟୋରୀ ସ୍ଥାପନ କାମ ଚାଲିଛି । ଉପକରଣ ଓ ଯନ୍ତ୍ରାଂଶ ଲଗାଯାଉଛି । ଅଗଷ୍ଟ ୧୫ ପୂର୍ବରୁ ସବୁ ଲ୍ୟାବ ଚାଲୁ ହେବ ବୋଲି ଯୋଜନା ରହିଛି ।ତୃତୀୟ ଲହର ନେଇ ପ୍ରସ୍ତୁତ ଅଛୁ । ଦ୍ଵିତୀୟ ଲହରରେ ଆମେ ସଫଳତାର ସହ କାମ କରିଛୁ । ତୃତୀୟ ଲହରରେ ପିଲାଙ୍କ ସଂକ୍ରମଣ ବଢ଼ିବ ବୋଲି ଆକଳନ କରାଯାଉଛି ।

ଆମେ ସେଥିଲାଗି ୩ ହଜାର ବେଡ଼ ରଖାଯାଇଛି । ଯାହା ଆବଶ୍ୟକ ତାହା କରାଯାଇଛି । ପିଲାଙ୍କ ଚିକିତ୍ସା ଲାଗି ଡାକ୍ତର, ନର୍ସ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଲୋକଙ୍କୁ ସଚେତନ କରାଇବା କାମ ବି ଆରମ୍ଭ ହୋଇଗଲାଣି । ତେଣୁ କିଛି ଅସୁବିଧା ହେବନି । ତୃତୀୟ ଲହର ସଫଳତାର ସହ ମୁକାବିଲା ହୋଇପାରିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।ଅନ୍ୟପଟେ ଡେଙ୍ଗୁ ନେଇ ମଧ୍ୟ ପ୍ରତିକ୍ରିୟା ରହିଛନ୍ତି । ସେ କହିଛନ୍ତି ବର୍ଷା ଦିନେ ଡେଙ୍ଗୁ, ଚିକେନଗୁନିଆ ଓ ମ୍ୟାଲେରିଆ ବ୍ୟାପେ । ସବୁ ବର୍ଷ ଏହି ସମୟରେ ବଢେ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଭୁବନେଶ୍ବରରେ ଏ ବର୍ଷ ଲକଡାଉନ ବର୍ଷା ଦିନ ଯାଏଁ ଥିଲା । ତେଣୁ ଅଧିକାଂଶ ସ୍କୁଲ, ପାର୍କ, ଗ୍ୟାରେଜ ଲକ୍ ହୋଇ ରହିଥିଲା । ଅନେକ ବାସଗୃହ, ନିର୍ମାଣାଧୀନ ଘର ବି ଲକ୍ ହୋଇ ରହିଲା । ତେଣୁ ପାଣି ଜମି ଏଭଳି ଡେଙ୍ଗୁ ସ୍ଥିତି ଉପୁଜିଥିଲା । BMC ସହ ମିଶି ମଶା ବଂଶ ବିସ୍ତାର ରୋକିବାକୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଲୋକମାନେ ସପ୍ତାହରେ ଗୋଟିଏ ଦିନ ବିଭିନ୍ନ ସାମଗ୍ରୀରୁ ପାଣି ଖାଲି କରିଦେଲେ ମଶା ବଂଶ ବିସ୍ତାର ବନ୍ଦ ହୋଇଯିବ। ବାହାରକୁ ଗଲେ ଫୁଲ ସାର୍ଟ ପିନ୍ଧନ୍ତୁ ବୋଲି ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

Show More

Related Articles

Back to top button