ଓଡ଼ିଶାମୁଖ୍ୟ ଖବର

ବଦଳିବ ନବମ, ଦଶମ ପରୀକ୍ଷା ବ୍ୟବସ୍ଥା

ନିଜ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ଅନ୍ୟ ସ୍କୁଲର ସାର୍‌ ଦେଖିବେ ଖାତା

ବଦଳିବ ନବମ, ଦଶମ ପରୀକ୍ଷା ବ୍ୟବସ୍ଥା । ଚଳିତ ବର୍ଷ ଲାଗୁ ହେବ ଇଣ୍ଟରନାଲ୍ ଆସେସମେଣ୍ଟ ବ୍ୟବସ୍ଥା । ଶିକ୍ଷା ବର୍ଷ ମଧ୍ୟରେ ହେବ ୨ଟି ଫର୍ମେଟିଭ ଆସେସମେଣ୍ଟ । ଜୁଲାଇରୁ ନଭେମ୍ବର ମଧ୍ୟରେ ସରିବ ୫୦ ପ୍ରତିଶତ ପାଠପଢା । ନଭେମ୍ବରରୁ ଅପ୍ରେଲ ସୁଦ୍ଧା ସରିବ ଅବଶିଷ୍ଟ ପାଠପଢା । ନବମ ଶ୍ରେଣୀ ପାଇଁ ଓଏମଆର ବ୍ୟବସ୍ଥା ନାହିଁ ।

ଦଶମ ଶ୍ରେଣୀ ପାଇଁ ଶିକ୍ଷା ବର୍ଷରେ ଦୁଇଟି ପରୀକ୍ଷା ହେବ । ଉଭୟ ପରୀକ୍ଷା କରାଇବ ବୋର୍ଡ । ନିଜ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । କିନ୍ତୁ ମୂଲ୍ୟାୟନ ଅନ୍ୟ କେନ୍ଦ୍ରରେ ହେବ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ।

Show More

Related Articles

Back to top button