ଦେଶ ବିଦେଶବାଣିଜ୍ୟ

୩୧ ଡିସେମ୍ୱର ପର୍ଯ୍ୟନ୍ତ ବଢ଼ିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି

ସରକାରଙ୍କୁ ଟ୍ୟାକ୍ସ ବା କର ଦେଉଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର ।

କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ବା ସିବିଡିଟି କରଦାତାଙ୍କୁ ବଡ଼ ରିହାତି ଦେଇଛନ୍ତି । ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଇଟିଆର ରିଟର୍ଣ୍ଣ ଫାଇଲ୍‌ କରିନାହାନ୍ତି ସେମାନଙ୍କ ପାଇଁ ସମୟ ସୀମା ୩୧ ଡିସେମ୍ୱର ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି ।ଅର୍ଥ ମନ୍ତ୍ରଣାଳୟ ବୟାନ ଜାରି କରି ଏହି ସୂଚନା ଦେଇଛି ।

ମନ୍ତ୍ରଣାଳୟ କହିଛି ଯେ, ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଆୟକର ରିଟର୍ଣ୍ଣ ଫାଇଲ୍‌ର ସୀମା ଜୁଲାଇ ୩୧ ରହିଥିଲା । ଏହାକୁ ପ୍ରଥମେ ବଢ଼ାଇ ସେପ୍ଟେମ୍ୱର ୩୧କୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ପୁଣିଥରେ ଏହି ସୀମା ବୃଦ୍ଧି କରାଯାଇଛି । ଡେଡ୍‌ଲାଇନ୍‌କୁ ଡିସେମ୍ୱର ୩୧ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଅର୍ଥାତ ଆପଣ ଡିସେମ୍ୱର ୩୧ ମଧ୍ୟରେ ଆପଣଙ୍କ ଆୟକର ଦାଖଲ କରିପାରିବେ ।

Show More

Related Articles

Back to top button