Breaking PLUSଓଡ଼ିଶାପାଣିପାଗ

ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବଢ଼ିବ

ଭୁବନେଶ୍ୱର: ପଶ୍ଚିମାଝଡ ପ୍ରଭାବରେ ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, ଅନୁଗୁଳ,ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗବିଭାଗ ପୂର୍ବାନୁମାନ କରିଛି ।

ପଶ୍ଚିମ ମଧ୍ୟପ୍ରଦେଶ ଓ ଏହା ସଂଲଗ୍ନ ପୂର୍ବ ରାଜସ୍ଥାନରୁ ନାଗାଲାଣ୍ଡ ତଥା ପୂର୍ବ ମଧ୍ୟପ୍ରଦେଶ, ଦକ୍ଷିଣପୂର୍ବ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା ଓ ଆସାମରେ ଘୂର୍ଣ୍ଣିବଳୟ ଏବଂ ଉପରିଭାଗରେ ଟ୍ରପଲାଇନ୍‌ ସୃଷ୍ଟିର ପ୍ରଭାବରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରି ସୂଚନା ଦେଇଛନ୍ତି , ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କେତେକ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ଉତ୍ତର ଓଡ଼ିଶାର ଅବଶିଷ୍ଟ ଅଞ୍ଚଳ, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା ହେବ । ଏହି ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ବି ଜାରି କରାଯାଇଛି । ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବଢ଼ିବ ବୋଲି ସେ ଆକଳନ କରିଛନ୍ତି ।

ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ରାଜ୍ୟରେ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରାରେ  ବିଶେଷ କିଛି ପରିବର୍ତ୍ତନ ହେବନାହିଁ । ପଶ୍ଚିମା ଝଡ଼ର ପ୍ରଭାବରେ ୨୫ ଓ ୨୬ ତାରିଖରେ ରାଜ୍ୟରେ କାଁ ଭାଁ ବର୍ଷା ହେବ ।  ଅପରପକ୍ଷେ, ଗୁରୁବାର ଦାରିଙ୍ଗବାଡ଼ିରେ ମାତ୍ର ୨ ମିମି ବର୍ଷା ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସହରରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇଥିବା ଦେଖାଯାଇଛି । ବଲାଙ୍ଗୀର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ପହଞ୍ଚିଥିବା ବେଳେ ସୋନପୁର ଓ ଟିଟିଲାଗଡ଼ରେ ୩୬.୪, ଭବାନୀପାଟଣାରେ ୩୬ ଓ ବୌଦ୍ଧରେ ୩୫ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା ।

Show More

Related Articles

Back to top button