Breaking PLUSଦେଶମୁଖ୍ୟ ଖବର

ଜୟପୁର ଓ ଦିଲ୍ଲୀ ସମେତ 7 ଏୟାରପୋର୍ଟକୁ ବୋମାରେ ଉଡାଇବାକୁ ଧମକ

ଜୟପୁର, 28 ଡିସେମ୍ବର – ରାଜଧାନୀ ଜୟପୁର ସହିତ 7ଟି ଏୟାରପୋର୍ଟ ଅଧିକାରୀଙ୍କ ଇମେଲରେ ଏୟାରପୋର୍ଟ ଓ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ସୂଚନା ମୁତାବକ କାର୍ଯ୍ୟାଳୟ କଷ୍ଟମର କେୟାର ଆଇଡିରେ ଇମେଲ ମିଳିବା ପରେ ଜୟପୁର ଏୟାରପୋର୍ଟରେ ଆତଙ୍କ ଖେଳିଯାଇଛି । ଧମକ ମିଳିବା ପରେ ସିଆଇଏସଏଫର ଅଧିକାରୀମାନେ ଏହାର ଅନୁଧ୍ୟାନ କରୁଛନ୍ତି । ଏହାପରେ ସ୍ଥାନୀୟ ଏୟାରପୋର୍ଟ ଥାନା ପୋଲିସ ସହାୟତାରେ ଏୟାରପୋର୍ଟ ଏବଂ ସେଠାରେ ଲ୍ୟାଣ୍ଡିଂ କରୁଥିବା ବିମାନର ଯାଞ୍ଚ ଆରମ୍ଭ ହୋଇଛି । ଯାଞ୍ଚ ସମୟରେ ପୋଲିସକୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ଇମେଲ କିଏ, କେଉଁଠାରୁ ପଠାଇଛି, ଅଧିକାରୀ ତାର ତଦନ୍ତ କରୁଛନ୍ତି ।
ବୁଧବାର ବିଳମ୍ବିତ ରାତିରେ ଜୟପୁର ସହିତ, ଦିଲ୍ଲୀ, ଲକ୍ଷ୍ନୌ, ଚଣ୍ଡିଗଡ, ମୁମ୍ବାଇ, ଚେନ୍ନାଇ ଓ ଅହମଦାବାଦ ଏୟାରପୋର୍ଟକୁ ବୋମାରେ ଉଡାଇବାକୁ ଧମକ ମିଳିଛି ।

Show More

Related Articles

Back to top button