Breaking PLUSଦେଶମୁଖ୍ୟ ଖବର

ପୁଞ୍ଛ ଓ ରାଜୌରୀରେ ସୁରକ୍ଷାବଳଙ୍କ ତଲାସୀ ଅଭିଯାନ ଜାରି

ପୁଞ୍ଛ, 28 ଡିସେମ୍ବର – ପୁଞ୍ଛ ଓ ରାଜୌରୀ ଜିଲ୍ଲାର ଜଙ୍ଗଲିଆ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାବଳ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି ।
ସୁରକ୍ଷାକର୍ମୀମାନେ ଜଙ୍ଗଲିଆ ଅଞ୍ଚଳର କୋଣ ଅନୁକୋଣରେ ଚଢାଉ କରିଛନ୍ତି । ଏହାସହିତ ଆଖପାଖ ଅଞ୍ଚଳରେ ଥିବା ଲୋକଙ୍କ ଘରେ ମଧ୍ୟ ପଚରାଉଚରା କରୁଛନ୍ତି । କିନ୍ତୁ ସୁରକ୍ଷାକର୍ମୀଙ୍କୁ କୌଣସି ସଫଳତା ମିଳିନାହିଁ । ତଲାସୀ ଅଭିଯାନ ସମୟରେ ସୁରକ୍ଷାକର୍ମୀମାନେ ଯିବା ଆସିବା ରାସ୍ତାକୁ ମଧ୍ୟ ସିଲ୍ ରଖିଛନ୍ତି ।

Show More

Related Articles

Back to top button