Breaking PLUSଓଡ଼ିଶାମୁଖ୍ୟ ଖବର

କୋଭିଡ୍ କଟକଣାରେ ପାଳିତ ହେବ ଚଳିତବର୍ଷର ମାଘସପ୍ତମୀ ମେଳା

କୋଭିଡ୍ ଯୋଗୁଁ ଚଳିତବର୍ଷ ଫିକା ପଡ଼ିବ କୋଣାର୍କର ପ୍ରସିଦ୍ଧ ମାଘସପ୍ତମୀ ମେଳା ବା ଚନ୍ଦ୍ରଭାଗା ବୁଡ଼ । କୌଣସି ଭକ୍ତ ବୁଡ଼ ପକାଇ ପାରିବେ ନାହିଁ । ବୁଡ଼ ସ୍ଥଳରେ ଜାରି ହେବ ୧୪୪ଧାରା । କେବଳ ପୂଜକ ଓ ସେବାୟତଙ୍କ ଦ୍ୱାରା ମାଘସପ୍ତମୀର ଧାର୍ମିକ ବିଧିବିଧାନ ସମ୍ପନ୍ନ ହେବ

କୋଭିଡ୍ ଯୋଗୁଁ ଚଳିତବର୍ଷ ଫିକା ପଡ଼ିବ କୋଣାର୍କର ପ୍ରସିଦ୍ଧ ମାଘସପ୍ତମୀ ମେଳା ବା ଚନ୍ଦ୍ରଭାଗା ବୁଡ଼ । କୌଣସି ଭକ୍ତ ବୁଡ଼ ପକାଇ ପାରିବେ ନାହିଁ । ବୁଡ଼ ସ୍ଥଳରେ ଜାରି ହେବ ୧୪୪ଧାରା । କେବଳ ପୂଜକ ଓ ସେବାୟତଙ୍କ ଦ୍ୱାରା ମାଘସପ୍ତମୀର ଧାର୍ମିକ ବିଧିବିଧାନ ସମ୍ପନ୍ନ ହେବ । ଆସନ୍ତା ୧୯ତାରିଖ ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ମାଘସପ୍ତମୀ ମେଳା ଅନୁଷ୍ଠିତ ହେବ କିନ୍ତୁ ଅନ୍ୟ ପର୍ବପର୍ବାଣୀ ଭଳି ଭକ୍ତଙ୍କ ସମାଗମ ହେବ ନାହିଁ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

କୋଣାର୍କର ଯାତ୍ରୀନିବାସ ଠାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟକ୍ରୀଡ଼ା ଓ ଯୁବ ବ୍ୟାପାରମନ୍ତ୍ରୀ ତୁଷାରକାନ୍ତି ବେହେରା, ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ, କୋଣାର୍କ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏ. ଶ୍ରୀନିବାସ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଦ୍ୟାବଧି କୋଭିଡ୍ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ଦୂରୀଭୂତ ହୋଇନଥିବା ଦୃଷ୍ଟିରୁ ମାଘମେଳା କୋଭିଡ୍ କଟକଣା ମଧ୍ୟରେ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ ପବିତ୍ର ମାଘ ଶୁକ୍ଳ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଲୋକ ବୁଡ଼ ପକାଇଥାନ୍ତି । ପରେ ପୁରୀ ଆସି ପ୍ରତ୍ୟୁଷରେ ସୂର୍ଯ୍ୟ ଦର୍ଶନ କରିଥାନ୍ତି । ବେଳାଭୂମିରେ ବିଚରଣ କରିବା ସହିତ ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥାନ୍ତି ।

Show More

Related Articles

Back to top button