Breaking PLUSଦେଶ ବିଦେଶମୁଖ୍ୟ ଖବର

ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ, ଦେଶର ୨୧%ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ

ମହାମାରୀ କରୋନାର ସ୍ଥିତାବସ୍ଥା ଜାଣିବା ପାଇଁ ଦେଶରେ ହୋଇଥିବା ସେରୋଲଜିକାଲ ସର୍ଭେରୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେରୁ ଜଣାପଡ଼ିଛି ଯେ ଦେଶରେ ୨୧%ରୁ ଅଧିକ ୧୦ ବର୍ଷ ଓ ତା'ଠାରୁ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି।

ମହାମାରୀ କରୋନାର ସ୍ଥିତାବସ୍ଥା ଜାଣିବା ପାଇଁ ଦେଶରେ ହୋଇଥିବା ସେରୋଲଜିକାଲ ସର୍ଭେରୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେରୁ ଜଣାପଡ଼ିଛି ଯେ ଦେଶରେ ୨୧%ରୁ ଅଧିକ ୧୦ ବର୍ଷ ଓ ତା’ଠାରୁ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି।

ଆଇସିଏମଆର ପକ୍ଷରୁ ଗତବର୍ଷ ଡିସେମ୍ବର ୭ରୁ ଚଳିତ ବର୍ଷ ଜାନୁଆରୀ ୮ ତାରିଖ ମଧ୍ୟରେ ତୃତୀୟ ଥର ପାଇଁ ସେରୋଲଜିକାଲ ସର୍ଭେ କରାଯାଇଥିଲା। ଆଜି ଆଇସିଏମଆର ଡିଜି ଡା ବଳରାମ ଭାର୍ଗବ ଉକ୍ତ ସର୍ଭେର ତଥ୍ୟ ଉପସ୍ଥାପନ କରି କହିଛନ୍ତି, ୧୮ ଓ ଏହାଠାରୁ ଅଧିକ ବୟସ୍କ ୨୮,୫୮୯ ଲୋକଙ୍କ ମଧ୍ୟରୁ ୨୧.୪% ଲୋକ ପୂର୍ବରୁ କରୋନା ଭାଇରସ ସଂସ୍ପର୍ଶରେ ଆସି ସୁସ୍ଥ ହୋଇ ସାରିଛନ୍ତି।

Show More

Related Articles

Back to top button