Breaking PLUSଓଡ଼ିଶାମୁଖ୍ୟ ଖବର

ଚଳିତ ବର୍ଷ ବିଳମ୍ବରେ ହୋଇପାରେ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା – ସମୀର ରଂଜନ ଦାସ

ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା । ବିଳମ୍ବିତ ହୋଇପାରେ କିନ୍ତୁ ପରୀକ୍ଷା ହେବା ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏଥିପାଇଁ ସର୍ବନିମ୍ନ ତିନି ମାସ ପାଠପଢ଼ା ହେବ ଏବଂ ତା ପରେ ପରୀକ୍ଷା ବ୍ୟବସ୍ଥା କରାଯିବ । ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ହୁଏ, ତାହାହେଲେ ହୁଏତ ପରୀକ୍ଷା ବନ୍ଦ ହୋଇପାରେ

ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା । ବିଳମ୍ବିତ ହୋଇପାରେ କିନ୍ତୁ ପରୀକ୍ଷା ହେବା ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏଥିପାଇଁ ସର୍ବନିମ୍ନ ତିନି ମାସ ପାଠପଢ଼ା ହେବ ଏବଂ ତା ପରେ ପରୀକ୍ଷା ବ୍ୟବସ୍ଥା କରାଯିବ । ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ହୁଏ, ତାହାହେଲେ ହୁଏତ ପରୀକ୍ଷା ବନ୍ଦ ହୋଇପାରେ । ରାଜ୍ୟ ସରକାର ନିଜ ଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ । ଯଦି ପରୀକ୍ଷା ବନ୍ଦ କରାଯାଏ ତେବେ ରାଜ୍ୟର ଛାତ୍ରଛାତ୍ରୀ ଗୋଟେ ବର୍ଷ ପଛୁଆ ହୋଇଯିବେ । ଡିସେମ୍ବର ୩୧ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ବ୍ୟବସ୍ଥା ଉପରେ ଆଲୋଚନା କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ମହାମାରୀ କରୋନା ପାଇଁ ଦୀର୍ଘ ଆଠ ମାସ ହେଲା ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି । ପୂର୍ବରୁ ନଭେମ୍ବର ୧୫ ତାରିଖ ପରେ ଶିକ୍ଷାନୁଷ୍ଠାନ ଖୋଲାଯିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ମହାମାରୀ କରୋନାର ସେକେଣ୍ଡ ୱେଭ ଆସୁଥିବାରୁ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଗୁଡିକୁ ବନ୍ଦ ରଖାଯାଇଥିଲା ।

Show More

Related Articles

Back to top button