Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ସରକାର ଏଥର ହୋଲିରେ ୧୦,୦୦୦ ଟଙ୍କାର ଭେଟି ଦେଉଛନ୍ତି !

ଏଥର ହୋଲିରେ ସରକାର ଦେଉଛନ୍ତି ହୋଲି ଭେଟି ।

ଏଥର ହୋଲିରେ ସରକାର ଦେଉଛନ୍ତି ହୋଲି ଭେଟି । ରଙ୍ଗର ପର୍ବ ହୋଲିରେ କର୍ମଚାରୀଙ୍କୁ ମାଲାମାଲ କରିବାକୁ ସରକାର ଯୋଜନା କରୁଛନ୍ତି। ସପ୍ତମ ବେତନ ଆୟୋଗ ଅନୁସାରେ, କେନ୍ଦ୍ର ସରକାର ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏଥର ହୋଲିରେ ୧୦ ହଜାର ଟଙ୍କାର ଫେଷ୍ଟିଭାଲ ଲୋନ୍‌ ଦେଇପାରନ୍ତି। ଏହା ଫେବୃଆରୀ ମାସ ଶେଷ ଆଡ଼କୁ ଘୋଷଣା ହୋଇପାରେ। ସରକାର ପୂର୍ବରୁ ବି କର୍ମଚାରୀଙ୍କୁ ଏଭଳି ଉତ୍ସବ ଭେଟି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ସ୍କିମ୍‌ରେ ସମସ୍ତ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ହୋଲି ଆଡଭାନ୍ସ ରୂପେ ମିଳିବ। ସବୁଠୁ ବଡ଼ କଥା ହେଉଛି, ବିନା ସୁଧରେ କର୍ମଚାରୀମାନେ ଲୋନ୍ ନେଇପାରିବେ କୌଣସି ସୁଧ ଦେବାକୁ ପଡ଼ିବନି। ଏହି ଟଙ୍କା ପ୍ରି ଲୋଡେଡ୍‌ ଆଡଭାନ୍ସ ରୂପେ ସବୁ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। କିନ୍ତୁ କର୍ମଚାରୀଙ୍କୁ ଏହି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ସମସ୍ତ କର୍ମଚାରୀ ସରକାରଙ୍କ ଏହି ଯୋଜନାର ଫାଇଦା ଉଠାଇପାରିବେ। ତେବେ କର୍ମଚାରୀଙ୍କୁ ପୂରା ଟଙ୍କା ଏକାଥରେ ନୁହେଁ, ବରଂ କିସ୍ତିରେ ଫେରାଇବାକୁ ପଡ଼ିବ। କର୍ମଚାରୀଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଲେଖାଏଁ କିସ୍ତି ଦେବାକୁ ହେବ। ଏହି ସ୍କିମ୍‌ରେ ସରକାର ପାଖାପାଖି ୫୦୦୦ କୋଟି ଟଙ୍କା ବଣ୍ଟନ କରିବେ । କର୍ମଚାରୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଅଟେ ।

Show More

Related Articles

Back to top button