ଜୀବନଚର୍ଯ୍ୟା

ଏହି ହୋମମେଡ଼୍ ଫେସପ୍ୟାକ୍ ବ୍ୟବହାର କରନ୍ତି ଧକଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ

ବଲିଉଡର ଏଭରଗ୍ରୀନ୍ ବ୍ୟୁଟି ମାଧୁରୀ ଦୀକ୍ଷିତ ୫୩ ବର୍ଷ ବୟସରେ ପାଦ ଦେଲେଣି କିନ୍ତୁ ଏହି ବୟସରେ ମଧ୍ୟ ତାଙ୍କ ସୁନ୍ଦରତାର କୌଣସି ତୁଳନା ନାହିଁ । ମାଧୁରୀ ଯେତେଯେତେ ବୟସର ପାହାଚ ଚଢିଚଢି ଯାଉଛନ୍ତି, ତାଙ୍କର ସୁନ୍ଦରତା ସେତେ ବଢିବଢି ଯାଉଛି । ତାଙ୍କର ସ୍କିନ୍ ଆଜି ମଧ୍ୟ ବହୁତ ଉଜ୍ୱଳ ଦେଖାଯାଉଛି ଏବଂ ସେ ଏହା ପାଇଁ କୌଣସି ବାହାର ପ୍ରଡକ୍ଟ ବ୍ୟବହାର ନକରି ବରଂ ଘରୋଇ ଉପାୟରେ ନିଜ ସ୍କିନର ଧ୍ୟାନ ରଖିଥାନ୍ତି

ଯଦି ଆପଣ ମଧ୍ୟ ଆଭିନେତ୍ରୀଙ୍କ ଭଳି ଯୁବ ଏବଂ ସୁନ୍ଦର ଦେଖାଯିବାକୁ ଚାଁହୁଛନ୍ତି ତେବେ ସେ କହିଥିବା ଫେସ୍‌ପ୍ୟାକର ବ୍ୟବହାର କରନ୍ତୁ ।

ଅଏଲି ସ୍କିନ୍ ପାଇଁ :

ପେସା ହୋଇଥିବା ଓଟ୍ସ – ୧ ବଡ ଚାମଚ

ମହୁ – ୧ ବଡ ଚାମଚ

କ୍ଷୀର କିମ୍ବା ଗୋଲାପ ଜଳ – ୧ ବଡ ଚାମଚ

କେମିତି କରିବେ ବ୍ୟବହାର :

-ସର୍ବପ୍ରଥମେ ଏହି ସବୁ ଜିନିଷକୁ ଭଲଭାବରେ ମିଶାଇ ପେଷ୍ଟ କରନ୍ତୁ ।

-ଏହାକୁ ଲଗାଇବା ପୂର୍ବରୁ ଚେହେରାକୁ ଭଲଭାବରେ ପାଣିରେ ଧୋଇଦିଅନ୍ତୁ । ଆପଣ ଚାହିଁଲେ ଫେସୱାସର ମଧ୍ୟ ବ୍ୟବହାର କରିପାରିବେ ।

– ଏବେ ଏହି ପେଷ୍ଟକୁ ନିଜର ମୁଁହ ଏବଂ ବେକରେ ୨୦ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ।

-ସୁଖିବାପରେ ଏହାକୁ ଭଲଭାବରେ ଧୋଇଦିଅନ୍ତୁ ।

ନୋଟ୍ – ଏହି ଫେସପ୍ୟାକ୍ ମୁଁହର ଶୁଖିଲା ଏବଂ ଡଲନେସ୍ ଦୂରକରି ସଫ୍ଟ କରିଥାଏ ।

ଡ୍ରାଏ ସ୍କିନ୍ ପାଇଁ :

ଏଲୋଭେରା ଜେଲ୍ – ୧ ଛୋଟ ଚାମଚ

କ୍ଷୀର – ୧ ଛୋଟ ଚାମଚ

ନଡ଼ିଆ ତେଲ – ଦୁଇ ବୁନ୍ଦା

ମହୁ – ୧ ବଡ ଚାମଚ

କେମିତି କରିବେ ବ୍ୟବହାର

-ଏହିସବୁ ଜିନିଷକୁ ଭଲଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

-ଏହାପରେ ମୁଁହରେ ୨୦ମିନିଟ୍ ପର୍ଯ୍ୟନ୍ତ ଫେସପ୍ୟାକ୍ କୁ ଲଗାଇ ରଖନ୍ତୁ ।

– ଶୁଖିଲାପରେ ପାଣିରେ ଭଲଭାବରେ ମୁଁହକୁ ଧୋଇଦିଅନ୍ତୁ ।

Show More

Related Articles

Back to top button