ଜୀବନଚର୍ଯ୍ୟାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ପ୍ରତିଦିନ ଦହି ଖାଇଲେ ହୋଇନଥାଏ ଏହି ରୋଗ

ଭାରତୀୟଙ୍କ ଲଞ୍ଚଥାଳିରେ ସର୍ବଦା ସାମିଲ ରହିଥାଏ ଦହି । କେହି କେହି ଦହିକୁ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାନ୍ତି । ଦହିରେ ଥିବା ବ୍ୟାକ୍ଟେରିଆ ଶରୀର ଲାଗି ଖୁବ୍‌ ଲାଭପ୍ରଦ ହୋଇଥାଏ। ଏଥିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍‌ ବି ୬ ଓ ବି ୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଫଳପ୍ରଦ।  ପ୍ରତିଦିନ ଦହି ଖାଇଲେ କୌଣସି ରୋଗ ଛୁଇଁ ନଥାଏ ।

୧- ଆପଣଙ୍କର ଗ୍ୟାସ୍‌ ପ୍ରୋବ୍ଲେମ୍‌ ଥିଲେ ଖାଇବା ପରେ ଏକ ଗିନା ଦହି ଖାଆନ୍ତୁ

୨-ଏହାକୁ ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ। ଫଳରେ ବହୁ ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ।

୩- ଖାଇବା ପରେ ଦହି ଖାଇବା ପାଚନ ତନ୍ତ୍ର ଠିକ୍‌ ଭାବେ କାମ କରିଥାଏ।

୪- ଦହି ତ୍ୱଚା ଆଉ କେଶ ଲାଗି ଖୁବ୍‌ ଲାଭଦାୟକ ହୋଇଥାଏ।

୫- ଦହିରେ ବେସନ ମିଶାଇ ଲଗାଇଲେ ଏହାଦ୍ୱାରା ତ୍ୱଚା କୋମଳ ହୋଇଥାଏ ଓ ଉଜ୍ଜ୍ୱଳ ଦେଖାଯାଇଥାଏ।

୬- ବୟସାଧୀକ ପ୍ରଭାବରେ ଚେହେରାରେ ପଡୁଥିବା ଭାଙ୍ଗ ମଧ୍ୟ ଦହି ବ୍ୟବହାର ପରେ ବହୁତ କମ୍‌ ହୋଇଯାଇଥାଏ।

୭- ଏହାକୁ କେଶରେ ଲଗାଇବା ଦ୍ୱାରା ରୂପି ସମସ୍ୟା ବହୁ ମାତ୍ରାରେ କମିଯାଇଥାଏ।

୮-ଦହିରେ କ୍ୟାଲସିୟମ ଅଛି। ଏହାକୁ ଖାଇବା ଦ୍ୱାରା ଶରୀରର ହାଡ ମଜବୁତ ହୋଇଥାଏ।

୯- ଏହାବ୍ୟତୀତ ଦହି ଆପଣଙ୍କ ଦାନ୍ତ ଓ ନଖକୁ ମଧ୍ୟ ଶକ୍ତ କରିଥାଏ।

Show More

Related Articles

Back to top button