ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଏହି ୬ଟି କାରଣ ଜାଣିଲେ ଆପଣ ରାତିରେ ଫୋନ ଠାରୁ ଦୂରେଇ ଯିବେ

ଆମେ ଆମର ଅଧିକାଂଶ କାମକୁ ନେଇ ଫୋନ ସହିତ ଯୋଡି ହୋଇଥାଉ l ସକାଳୁ ଉଠିଲା ମାତ୍ରେ ଆମ ହାତ ଫୋନ ଆଡକୁ ଯାଇଥାଏ ଓ ଦିନସାରା ହାତ ଆଙ୍ଗୁଠି ଏବଂ ଆଖି ଫୋନ ରୁ ହଟେ ନାହିଁ l ରାତିରେ ଶୋଇବା ପୂର୍ବରୁ ସାମାଜିକ ଗଣମାଧ୍ୟମ ଫେସବୁକ ଓ ୱାଟସପ ଇତ୍ୟାଦି ଦେଖିବା ଗୋଟିଏ ସାଧାରଣ କଥା l କିନ୍ତୁ ସ୍ୱାସ୍ଥ୍ୟ ବିଶେଷସଜ୍ଞ ମାନେ ଗୋଟିଏ ଅଧ୍ୟୟନ ରୁ ଗବେଷଣା କରି କହିଛନ୍ତିଯେ ଏହି ଅଭ୍ୟାସ ଆପଣଙ୍କର ଗମ୍ଭୀର କ୍ଷତି କରିପାରେ

ଅଧିକାଂଶ ଲୋକ ଭବନ୍ତିଯେ ମାନସିକ ଭାରସମ୍ୟ କାରଣରୁ ସୋଇ ନପାରୁ ଥିଲେ ଗେମ ଖେଳିବା ମୋବାଇଲରେ ତାଙ୍କୁ ସଂଯୋଗ କରିବ l ନିଜ ମୋବାଇଲ ଫୋନ ଦ୍ୱାରା ଆମମନଙ୍କର କି କ୍ଷତି ହୋଇପାରେ ଆସନ୍ତୁ ଜାଣିବା l

* ନିଦକୁ ପ୍ରଭାବିତ କରିଥାଏ –
ମୋବାଇଲ ଫୋନ ରୁ ବାହାରୁଥିବା ନୀଳରଙ୍ଗର ଆଲୋକ ମେଲାଟୋନିନର ଉତ୍ପାଦନକୁ ପ୍ରଭାବିତ କରିଥାଏ l ମେଲାଟୋନିନ ସେହି ହର୍ମୋନ ଅଟେ ଯାହା ନିଦାର ଚକ୍ରକୁ ଗତିଶୀଳ କରାଇଥାଏ l ଆପଣ ଫୋନ ବ୍ୟସ୍ତ ରହିବ ଦ୍ୱାରା ଆପଣଙ୍କ ମନ ଅତ୍ୟଧିକ ଉତେଜିତ ରହିଥାଏ l ତେଣୁକରି ସେବାରେ ବାଧା ସୃଷ୍ଟି ହୁଏ l

*ରେଟିନାରେ କ୍ଷତି କରେ : –
ଖାସ କରି ସ୍ମାର୍ଟ ଫୋନ ରୁ ବାହାରୁଥିବା ନୀଳରଙ୍ଗର ଆଲୋକ ଅଧିକ ପ୍ରଭାବ ପକେଇଥାଏ l ଏହା ଆମର ଦୃଷ୍ଟିକୁ ପ୍ରଭାବିତ କରିବା ସହିତ ଆମ ଆଖିର ରେଟିନାର କ୍ଷତି ଘଟାଏ l ଗବେଷକ ମାନଙ୍କ ଅନୁସାରେ ରେଟିନା ନଷ୍ଟ ହେବାଦ୍ବାରା ଆଖି ଦୃଷ୍ଟି ଶକ୍ତି ହରାଏ l

*ଅବସାଦର ବିପଦ ରହିଥାଏ :-
ଗବେଷକ ମାନେ କହୁଚନ୍ତିଯେ ମୋବାଇଲ ଫୋନ ମନାସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ l ଏହା ଆପଣଙ୍କ ହର୍ମୋନକୁ ପ୍ରଭାବିତ କରିବା ସହିତ ନିଦପାଇଁ ବାଧକ ସାଜେ l ଯାହା ମାନସିକ ଭାବନାକୁ ଉତ୍ପନ୍ନ କରିଥାଏ l

*କ୍ୟାନସର ହେବାର ଆଶଙ୍କା ଥାଏ :-
ବିଶ୍ୱ ସ୍ୱାସ୍ଥ୍ୟ ସଂଘ କହିଛନ୍ତିଯେ ସେଲ ଫୋନ ଲୋକମାନଙ୍କ ପାଇଁ ବିପଦ ସଂକୁଳ ହୋଇପାରେ କାରଣ ଏଥିରୁ ବିଦ୍ୟୁତ ଚୁମ୍ବକୀୟ ବିକିରଣ ଉତ୍ପନ ହେଉଛି ଯାହା ଆମକୁ କ୍ୟାନ୍ସର ରେ ଆକ୍ରାନ୍ତ କରିପାରେ l

*ଆପଣଙ୍କ ସ୍ମରଣ ଶକ୍ତି ଉପରେ ପ୍ରଭାବ ପକେଇପରେ :-
ସ୍ମାର୍ଟ ଫୋନ ଆପଣଙ୍କ ମସ୍ତିସ୍କ କୁ ପ୍ରଭାବିତ କରିପାରେ l ରାତିରେ ଆପଣ ଫୋନରେ ବ୍ୟସ୍ତ ରହିଲେ ଆପଣଙ୍କ ନିଦ ହେବାରେ କ୍ଷତି ହୁଏ l ନିଦ ନହେବା କାରଣରୁ ଆପଣଙ୍କ ସ୍ମରଣ ଶକ୍ତି ପ୍ରଭାବିତ ହୁଏ l

* ଆଖି ପାଇଁ ଉତ୍ତେଜନା ସୃଷ୍ଟି କରିପାରେ :-
ଯେତେବେଳେ ଅନ୍ଧାର ହୋଇଯାଏ ମୋବାଇଲ ଫୋନ ର ଆଲୋକ ଆଖୀ ଉପରେ ପ୍ରଭାବ ପକେଇଥାଏ l ଫୋନକୁ ଅଧିକ ସମୟ ଧରି ଦେଖିବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତିକୁ ସ୍ଥାଇ ଭାବରେ କ୍ଷତି ଗ୍ରସ୍ତ କରାଇଥାଏ l

Show More

Related Articles

Back to top button