Breaking PLUSଓଡ଼ିଶାପାଣିପାଗ

ଟଳିଛି ବାତ୍ୟା ଆଶଙ୍କା

ରାଜ୍ୟରେ ୩ଦିନ ବର୍ଷା

ଟଳିଛି ବାତ୍ୟା ଆଶଙ୍କା । ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟକୁ ନେଇ ଆଶଙ୍କା କରାଯାଉଥିବା ବାତ୍ୟା ଆଉ ହେବନାହିଁ । ଏବେ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି କିନ୍ତୁ ବାତ୍ୟାରେ ପରିଣତ ହେବାର ଆଶଙ୍କା ନାହିଁ ହେଲେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ଯାଏ ଲାଗି ରହିବ ବର୍ଷା । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ବାତ୍ୟା ଆଶଙ୍କାକୁ ଖଣ୍ଡନ କରି ଆଇଏମଡି ଡିଜି କହିଛନ୍ତି, ବାତ୍ୟାର ପୂର୍ବାନୁମାନ ନାହିଁ ବୋଲି ଆଇଏମଡି ପୂର୍ବରୁ କହିଛି । କେବଳ ଲଘୁଚାପ ନେଇ ପୂର୍ବାନୁମାନ କରିଥିଲୁ । ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ଅର୍ଥାତ୍ ୧୪, ୧୫ ଓ ୧୬ ତାରିଖ ବର୍ଷା ଲାଗିରହିବ । ପ୍ରଥମେ ଉପକୂଳ ଏବଂ ପରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ । ଅଳ୍ପ କେତେକ ସ୍ଥାନରେ ବଡ ବର୍ଷାର ସମ୍ଭାବନା ରହିଛି । ଏନେଇ ଡରିବାର ନାହିଁ ।

Show More

Related Articles

Back to top button